ଗାଈ ରଖୁଥିଲେ ସାବଧାନ, ବାହାରେ ଛାଡିଲେ ବାନ୍ଧିନେବ ବିଏମସି

0

ଓଡିଶା ଫାଷ୍ଟ ( ବ୍ୟୁରୋ): ଘରେ ଯଦି ଗୃହପାଳିତ ପଶୁ ରଖିଛନ୍ତି ତେବେ ସାବାଧାନ ହୋଇଯାଆନ୍ତୁ। ଯଦି ରାଈ ରୋରୁଙ୍କୁ ବାହାରେ ଛାଡୁଛନ୍ତି ତେବେ ବିଏମସି ପକ୍ଷରୁ 5 ହଜାର ଟଙ୍କା ଜୋରିମାନା କରାଯିବ । ଗାଈଙ୍କ ବାହାରେ ବୁଲିବା ନେଇ ବିଏମସି ଲଗାଇଛି ଏହି କଟକଣା। ସ୍ମାର୍ଟସିଟିରେ ଗୋ -ମଙ୍ଗଳ ପାଇଁ ଅଣ୍ଟା ଭିଡ଼ିଛି ବିଏମସି । ପ୍ରଥମଥର ଯଦି ଗାଈଟି ବାହାରେ ମିଳେ ତେବେ ଦେବାକୁ ପଡିବ ୫ ହଜାର ଟଙ୍କାର ଜୋରିମାନା । ଦ୍ବିତୀୟ ଥର ବେଆଇନ କାର୍ଯ୍ୟ ପାଇଁ ସମ୍ପୃକ୍ତ ମାଲିକଙ୍କୁ ଆଉ ଗାଇଟି ଫେରାଯିବ ନାହିଁ ଏବଂ ଏହି ଗାଈକୁ ବିଏମସି ପାଖ ଜିଲ୍ଲାର ଯେଉଁ ଏସଏଚଜିର ଗୋପାଳନ ଏକ ମୁଖ୍ୟ ବେଉସା ହୋଇଥିବ ସେହି ସ୍ବୟଂ ସହାୟକ ଗୋଷ୍ଠୀକୁ ହସ୍ତାନ୍ତର କରାଯିବ। ଶୁକ୍ରବାର ବିଏମସି ଅତିରିକ୍ତ କମିଶନର ଅବନୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ବୈଠକ ବିଏମସିରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ବର ମହାନଗର ଅଞ୍ଚଳରେ ଏକ ଗୋ-ମଙ୍ଗଳ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି ନେଇ ଆଲୋଚନା ହୋଇଛି । ଭୁବନେଶ୍ବରରେ ପ୍ରାୟ ୧୨ ହଜାର ଗୃହପାଳିତ ଗାଈ ଅଛନ୍ତି, ଏବଂ ବୁଲା ଗାଈଙ୍କ ଅବାଧ ବିଚରଣ ଯୋଗୁଁ ରାସ୍ତା ଘାଟରେ ସମସ୍ୟା ସୃଷ୍ଟି ହେଉଛି । ତେଣୁ ଜୋରିମାନା ଦେବା ବାଧ୍ୟତାମୂଳକ । ଆସନ୍ତା ମାର୍ଚ୍ଚ ମାସ ଠାରୁ ଗୃହପାଳିତ ଗାଈଙ୍କୁ ରାସ୍ତା ଉପରେ ଦେଖିଲେ, ସ୍କ୍ବାଡ ଧରି ନେଇ କାଞ୍ଜିଆହୁଦାରେ ରଖିବେ ଏବଂ ଗାଈକୁ ମୁକୁଳାଇବାକୁ ହେଲେ ଦେବାକୁ ପଡିବ ୫ହଜାର ଟଙ୍କା ଜୋରିମାନା । ଆଗକୁ ଏନେଇ ବିଏମସି ସଚେତନତା କାର୍ଯ୍ୟକ୍ରମ କରିବ ।

Leave a comment