ବ୍ରହ୍ମଗିରି ବାସିନ୍ଦାଙ୍କ ସେବାରେ ଦୁଇ BLS ଆମ୍ବୁଲାନ୍ସ ଲୋକାର୍ପିତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆଜି ସ୍ୱାଧୀନତା ଦିବସ ଅବସରରେ ବ୍ରହ୍ମଗିରି ବ୍ଲକ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରାଙ୍ଗଣ ସମ୍ମୁଖରେ କୋଭିଡ ୧୯ ପରିସ୍ଥିତିର ମୁକାବିଲା ଉଦ୍ଦେଶ୍ୟରେ ଦୁଇଟି ନୂତନ BLS ଆମ୍ବୁଲାନ୍ସ ଲୋକାର୍ପିତ ହୋଇଛି।

ପୁରୀ ସାଂସଦ ପିନାକୀ ମିଶ୍ର, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାଶବର୍ମା, ପୁରୀ ଜିଲ୍ଲାପାଳ ବଳବନ୍ତ ସିଂ, ପୁରୀ ଆରକ୍ଷୀ ଅଧିକ୍ଷକ ଅଖିଳେଶ୍ଵର ସିଂ, ଜିଲ୍ଲା ମୁଖ୍ୟ ଚିକତ୍ସା ଓ ଜନ ସ୍ୱାସ୍ଥ୍ୟଅଧିକାରୀ ଡ଼. ସୁଜାତା ମିଶ୍ର ଏବଂ ବ୍ରହ୍ମଗିରି ପଂଚାୟତ ସମିତି ଅଧ୍ୟକ୍ଷା ନଳିନୀପ୍ରଭା ବରାଳ ପ୍ରମୁଖ ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପତାକା ପ୍ରଦର୍ଶନ ପୂର୍ବକ ଏହି ଦୁଇ ଆମ୍ବୁଲାନ୍ସକୁ ଅଞ୍ଚଳବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଥିଲେ। ଉକ୍ତ ଅମ୍ବୁଲାନ୍ସ ଦ୍ବୟ ମଧ୍ୟରୁ ଗୋଟିଏ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଅନ୍ୟଟି ଚିଲିକା ନୂଆପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ବ୍ୟବହୃତ ନିମନ୍ତେ ରହିବ । ଏହା ଆମ୍ବୁଲାନ୍ସ ସେବା ଦ୍ୱାରା ବ୍ରହ୍ମଗିରି ଏବଂ କୃଷ୍ଣପ୍ରସାଦ ବ୍ଲକ ର ଅଧିବାସୀମାନେ ଜରୁରୀ ସମୟ ରେ ଉପକୃତ ହେବେ ।