ମରୁଡ଼ି ଅଞ୍ଚଳ ଗସ୍ତ କଲେ ବିଜେପି ପ୍ରତିନିଧି ଦଳ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମରୁଡ଼ି ଅଞ୍ଚଳ ଗସ୍ତ କଲେ ବିଜେପି ପ୍ରତିନିଧି ଦଳ । ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡରେ ଚଳିତ ବର୍ଷ ସ୍ଵଲ୍ପ ମୈ।ସୁମି ବର୍ଷ। ଯୋଗୁ ମରୁଡି ସମସ୍ୟା ଦେଖାଦେଇଛି । ଚଳିତ ବର୍ଷ ଚାଷୀ ନିଜ ସବୁ ସମ୍ପତି ଚାଷରେ ଲଗାଇ ମୁଣ୍ଡରେ ହାତ ଦେଇବସିଛି ।

ଚଳିତ ବର୍ଷ ମରୁଡିର ସମସ୍ୟାକୁ ନେଇ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଆଦେଶ କ୍ରମେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ନେତୃତ୍ବରେ ବଲାଙ୍ଗିର ସାଂସଦ ସଂଗୀତା ସିଂଦେଓ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ପୂର୍ବତନ ବିଧାୟକ ରାମରନ ବଳିଆରସିଂ. ବିରଂଚି ତ୍ରୀପାଠି ଜିଲ୍ଲା ସଭାପତି ସିବାଜି ମହାନ୍ତି ,ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଦୁ ନାଏକ ପାଟଣାଗଡ ଉପଖଣ୍ଡରରେ  ମରୁଡିଗସ୍ତ ଅଂଚଳମାନ ପରିଦର୍ଶନ କରିଛନ୍ତି । ଏହାସହ କ୍ଷତିଗ୍ରସ୍ତ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲାକୁ ମରୁଡି ଘୋଷଣା ସହ ଚାଷୀମାନଙ୍କୁ ଉପଯୁକ୍ତ କ୍ଷତିପୁରଣ ଦେବାକୁ ସରକାରଙ୍କ ନିକଟରେ ଦାବି କରିବୁ ବୋଲି ସାମଲ ଆଶ୍ବାସନା ଚାଷୀମାନଙ୍କୁ ଦେଇଥିଲେ । ଏବେ ଦେଖିବାକୁ ବାକିରହିଲା ବଲାଙ୍ଗିର ଜିଲ୍ଲାକୁ କେବେ ମରୁଡି ଘୋଷଣା କରୁଛି ଓ ଚାଷୀ କେତେ ଉପକୃତ ହେଉଛି ।

Leave a comment