ବର୍ଷେ ବଢ଼ିଲା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ କାର୍ଯ୍ୟକାଳ

0

ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ କାର୍ଯ୍ୟକାଳ ପୁଣି ବୃଦ୍ଧିପାଇଛି । ୨୦୨୪ ଲୋକସଭା ନିର୍ବାଚନ ଯାଏଁ ଅଧ୍ୟକ୍ଷ ପଦରେ ରହିବେ ନଡ୍ଡା । ଅର୍ଥାତ ଆସନ୍ତା ଲୋକସଭା ନିର୍ବାଚନ ନଡ୍ଡାଙ୍କ ସଭାପତିତ୍ବରେ ଲଢିବ ବିଜେପି । ଏ ନେଇ ଦଳର ଜାତୀୟ କାର୍ଯ୍ୟକାରିଣୀରେ ଘୋଷଣା କରିଛନ୍ତି ବରିଷ୍ଠ ବିଜେପି ନେତା ଅମିତ ଶାହ ।

ବିଜେପି ନେତା ତଥା ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ‘ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ବୃଦ୍ଧିପାଇଛି । ୨୦୨୪ ଜୁନ ଯାଏ ରାଷ୍ଟ୍ରୀୟ ସଭାପତି ପଦରେ ରହିବେ ଜଗତ ପ୍ରକାଶ ନଡ୍ଡା । ନଡ୍ଡାଙ୍କ ନେତୃତ୍ବରେ ବିହାରରେ ଦଳ ଆଶାତୀତ ସଫଳତା ପାଇଛି । ମହାରାଷ୍ଟ୍ରରେ ଏନ୍‌ଡିଏ ବହୁମତ ପାଇପାରିଛି । ଉତ୍ତର ପ୍ରଦେଶରେ ଐତିହାସିକ ବିଜୟ ହାସଲ କରିଛି । ପଶ୍ଚିମବଙ୍ଗରେ ଦଳର ସିଟ୍‌ ସଂଖ୍ୟା ବୃଦ୍ଧିପାଇଛି । ଏପରିକି ନଡ୍ଡାଙ୍କ ନେତୃତ୍ବରେ ଗୁଜରାଟରେ ବିରାଟ ବିଜୟ ହାସଲ କରିଛି ବିଜେପି ‘।

Leave a comment