ବିଜେପି ବିଧାୟକ ଆଶୁତୋଷ ଟଣ୍ଡନଙ୍କ ପରଲୋକ

0

ଭାରତୀୟ ଜନତା ପାର୍ଟିର ବିଧାୟକ ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଆଶୁତୋଷ ଟଣ୍ଡନଙ୍କର ପରଲୋକ । ଚିକିତ୍ସାଧୀନ ଅବସ୍ଥାର ତାଙ୍କର ଦେହାନ୍ତ ହୋଇଛି । ମନ୍ତ୍ରୀ ଆଶୁତୋଷ ଟଣ୍ଡନ ଓରଫ ଗୋପାଳଜୀ ଉତ୍ତରପ୍ରଦେଶର ପୂର୍ବ ଲକ୍ଷୌର ବିଧାୟକ ଥିଲେ । ସେ ଦୀର୍ଘଦିନ ଧରି କ୍ୟାନସର ରେ ପୀଡିତ ହୋଇ ମେଦାନ୍ତା ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ସେ ବରିଷ୍ଠ ନେତା ଲାଲଜୀ ଟଣ୍ଡନଙ୍କର ପୁଅ ।

ଆଶୁତୋଷଙ୍କ ନିଧନରେ ରକ୍ଷାମନ୍ତ୍ରୀ ରାଜନାଥ ସିଂ ଟ୍ୱିଟ କରି ଶୋକ ବ୍ୟକ୍ତ କରିଛନ୍ତି । ସେ ଲେଖିଛନ୍ତି ଯେ, ଉତ୍ତରପ୍ରଦେଶର ପୂର୍ବମନ୍ତ୍ରୀ ତଥା ପୂର୍ବ ଲକ୍ଷୌର ବିଧାୟକ ଆଶୁତୋଷ ଓରଫ ଗୋପାଳଜୀଙ୍କ ନିଧନ ମତେ ଗଭୀର ଦୁଃଖ ଦେଇଛି । ତାଙ୍କର ରାଜନୈତିକ ଜୀବନ ଲକ୍ଷ୍ନୌର ଲୋକଙ୍କ ସେବା ପାଇଁ ଉତ୍ସର୍ଗୀକୃତ ହୋଇଥିଲା । ଦଳକୁ ମଜବୁତ କରିବାରେ ସେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଲକ୍ଷ୍ନୌ ଏବଂ ରାଜ୍ୟର ବିକାଶ ପାଇଁ ତାଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟ ସର୍ବଦା ସ୍ମରଣୀୟ ହୋଇ ରହିବ । ଏହି ଦୁଃଖ ସମୟରେ ମୁଁ ତାଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ମୋର ହୃଦୟରୁ ସମବେଦନା ଜଣାଉଛି ।

Leave a comment