ଦୁଇ ରାଜ୍ୟସଭା ସିଟ ସହ ଦୁଇ ମନ୍ତ୍ରୀଙ୍କ ମୁଣ୍ଡ ମାଗୁଛି ବିଜେପି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୦୧୯ରେ ୮ ଲୋକସଭା ନେଲା ପରେ ବି ଆମେ କୌଣସି ଉପନିର୍ବାଚନ ବାଲେଶ୍ବରକୁ ଛାଡିଦେଲେ ଭଲରେ ଲଢ଼ିଲୁ ନାହିଁ । ବାଲେଶ୍ବର ଯେହେତୁ ଆମର ଆସନ ଥିଲା ଆମେ ଦମ ଲଗାଇ ଲଢ଼ିଲୁ । ତାକୁ ଛାଡି ଅନ୍ୟ ସମସ୍ତ ଆସନ ହାଲୁକାରେ ଲଢ଼ିଲୁ । ପଞ୍ଚାୟତ ଏବଂ ପୌର ନିର୍ବାଚନକୁ ତୁମ ହାତକୁ ଟେକିଦେଲୁ । ତୁମେ ଆମକୁ ଲୋକସଭା, ରାଜ୍ୟସଭାରେ ସମର୍ଥନ ଦେଉଥିବାରୁ ସହାୟକ ହେଲୁ । ଏଥର ଆଉ ନୁହେଁ । ରାଜ୍ୟର ସ୍ଥିତି ବହୁତ ଖରାପ ହେଇଛି । ତେଣୁ କରି ଜାତୀୟ ରାଜନୀତି ରେ ଆମର ଗୁରୁତ୍ୱ ରହୁଥିବାରୁ ବିଜେଡି ଆମକୁ ଦୁଇଟି ରାଜ୍ୟସଭା ସିଟ ଦେଉ । ପୂର୍ବରୁ ଗୋଟିଏ ଦେଇସାରିଛି । ଏଥର ୪ଟି ରୁ ୨ଟି ସିଟ ଆମକୁ ଦେଲେ କିଛି ଅସୁବିଧା ନାହିଁ । କାରଣ ଜାତୀୟ ରାଜନୀତିରେ ବିଜେଡି କୌଣସି ଗୁରୁତ୍ୱ ରଖେନି । ବରଂ ବିଜେପିକୁ ୨ଟି ସିଟ ଦେଲେ ତାହା ରାଜ୍ୟ ସ୍ୱାର୍ଥରେ ଆସିବ । କାରଣ ଅଶ୍ୱିନୀ ବୈଷ୍ଣବ ଯେକି ବିଜେଡି ସମର୍ଥନରେ ରାଜ୍ୟସଭାକୁ ଯାଇଥିଲେ ସେ ଓଡ଼ିଶାକୁ ରେଳ ପ୍ରକଳ୍ପ ପାଇଁ ୯୦୦ କୋଟି ପ୍ରଦାନ କରିଥିଲେ । ନିଜ ନାମ ଗୋପନ ରଖିବା ସର୍ତ୍ତରେ ପଶ୍ଚିମ ଓଡ଼ିଶା ବିଜେପିର ଜଣେ ବରିଷ୍ଠ ନେତା ଏହା କହିଛନ୍ତି । ଏ ଦିଗରେ ବିଜେଡ଼ିର ଶୀର୍ଷ ନେତୃତ୍ୱ ଜାତୀୟ ସ୍ତରୀୟ ନେତାଙ୍କ ସହିତ ଥରିକିଆ ଆଲୋଚନା ସରିଗଲାଣି । ତେଣୁକରି ସୁବାସ ସିଂହ ଖାଲି କରିଥିବା ୪ବର୍ଷୀୟା ସିଟ ସହ ଗୋଟିଏ ଫୁଲ ଟର୍ମ ୬ ବର୍ଷୀୟ ସିଟ ମାଗୁଛି ବିଜେପି ।

ସେହିପରି ବିଜେଡି ବିଜେପି ନିଜ ମଧ୍ୟରେ କଳି କରିବାକୁ ଚାହୁଁ ନାହାନ୍ତି । ବିଜେପି ନବୀନ ବାବୁଙ୍କୁ ଦୁଃଖୀ କରିବାକୁ ଚାହୁଁ ନଥିବା ବେଳେ ବିଜେଡି ବିଜେପିକୁ ହଇରାଣ କରିବାକୁ ଚାହୁଁନି । କିନ୍ତୁ ଆର.ଏସ.ଏସ ଚାହୁଁଛି ଯେଉଁମାନେ ସମ୍ପୁର୍ଣ୍ଣ ଗାନ୍ଧିବାଦୀ ଏବଂ ବିଜେପି ବିରୋଧୀ ନେତା ଅଛନ୍ତି ସେମାନଙ୍କୁ ରାଜ୍ୟ ମନ୍ତ୍ରୀମଣ୍ଡଳରୁ ଡ୍ରପ କରାଯାଉ ।ଜାତୀୟ ନେତୃତ୍ୱ କୁ ରାଜ୍ୟର ଦୁଇ ମନ୍ତ୍ରୀ ଭଲ ଲାଗୁନାହାନ୍ତି । ସେ ହିସାବରେ ଦେଖିଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ଅରୁଣ ସାହୁ ଙ୍କୁ ମନ୍ତ୍ରୀ ମଣ୍ଡଳରୁ ବାଦ ଦେବାକୁ ଆର.ଏସ.ଏସ ସଙ୍ଘ ପରିବାର ଚାହୁଁଛି । ଉତ୍କଳ ବିପର୍ଣ୍ଣ ସହାୟତା ସମିତି ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଏହି ଦୁଇ ଜଣଙ୍କୁ ମନ୍ତ୍ରୀ ମଣ୍ଡଳରେ ଦେଖିବାକୁ ଚାହୁଁନି ଆର.ଏସ.ଏସ । କାରଣ ଏମାନେ ଗାନ୍ଧିବାଦୀ, ସଙ୍ଘ ବିରୋଧୀ ଏବଂ ସାମ୍ପ୍ରଦାୟିକତା ମାସିକତା ବିରୋଧୀ । ଅପରପକ୍ଷରେ ଗାନ୍ଧୀଙ୍କ ନୀତିବାଣୀ ଉପରେ ମନ୍ତ୍ରୀ ଅରୁଣ ସାହୁଙ୍କ ପ୍ରସ୍ତୁତ ଏକ ସିରିଜ ସୋସିଆଲ ମିଡ଼ିଆରେ ଖୁବ ଆଦୃତ ହେବା ସହ ଲୋକପ୍ରିୟତା ହାସଲ କରିଛି । ଯାହାକି ଆର .ଏସ .ଏସ ସଙ୍ଘ ପାଇଁ ଅଡୁଆ ସାଜୁଥିବା ନେଇ ରାଜନୈତିକ ବିଶେଷଜ୍ଞ ଚର୍ଚ୍ଚା କରୁଛନ୍ତି ।

Leave a comment