ବିଜେପିର ଅଭିଯୋଗ, ସରକାରୀ ଅର୍ଥରେ ହୋଇଥିବା ବିଜ୍ଞାପନକୁ ମିଡିଆରେ ବିଜେଡି କରୁଛି ପ୍ରଚାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ମୁଖ୍ୟ ନିର୍ବାଚନ ଅଧିକାରଙ୍କୁ ଭେଟି ବିଜେଡି ବିରୁଦ୍ଧରେ ଆଦର୍ଶ ନିର୍ବାଚନ ଆଚରଣ ବିଧର ଖୋଲା ଉଲ୍ଲଘଂନ ଅଭିଯୋଗ ଆଣିଛନ୍ତି । ବିଜେପିର ଅଭିଯୋଗକାରୀଙ୍କ ଅଭିଯୋଗ ମୁତାବକ, ସରକାରୀ ଅର୍ଥରେ ହୋଇଥିବା ମିଶନ ଶକ୍ତିର ବିଜ୍ଞାପନକୁ ବିଜୁ ଜନତା ଦଳ ସୋସିଆଲ ମିଡିଆରେ ପ୍ରଚାର ଏବଂ ପ୍ରସାର କରୁଛି । ଯାହାକି ଆଚରଣ ବିଧିର ଖୋଲା ଉଲ୍ଲଘଂନ । ଆର୍ଦଶ ନିର୍ବାଚନ ଆଚରଣ ବିଧି ଲାଗୁ ପରେ ମଧ୍ୟ ମିଶନ ଶକ୍ତି ଯୋଜନାର ଚିତ୍ର ଏବଂ ସଂଗୀତକୁ ବାରମ୍ବାର ବିଜେଡି ନିଜର ଫେସୁବୁକ ଏବଂ ଟ୍ୱିଟର ଆକାଉଟରେ ପ୍ରସାରଣ କରୁଛି ଯାହାକି ସୁପ୍ରିମ କୋର୍ଟଙ୍କ ନୀତି ନିୟମ ଏବଂ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୪୨କୁ ଅବମାନନା ବୋଲି କହିଛନ୍ତି ।

ଏହା ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପାଖରେ ବିଜେପି ପ୍ରତିନିଧି ଦଳ ସୋସିଆଲ ମିଡିଆରେ ଛଡାଯାଇଥିବା ପୋଷ୍ଟ ଗୁଡିକର ନକଲକୁ ପ୍ରମାଣ ଆକାରରେ ଦେଇଛନ୍ତି । ଏହି ପ୍ରତିନିଧି ଦଳରେ ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, କୃଷକ ମୋର୍ଚ୍ଚାର ସାଧାରଣ ସଂପାଦକ ଶ୍ରୀ ସୁରଥ ବିଶ୍ୱାଳ, ମଧ୍ୟମ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ଜଗନ୍ନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave a comment