ସେପ୍ଟେମ୍ବର ୧ରେ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ସେପ୍ଟେମ୍ବର ୧ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଇଡ୍‌କଲ୍‌ ହଲ୍‌ରେ ହେବ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ । ଏହି ବୈଠକରେ ସାଂସଦ, ସମସ୍ତ ବିଧାୟକ, ୮୧ ଜଣ କାର୍ଯ୍ୟକାରିଣୀ ସଦସ୍ୟ, ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକମାନେ ଯୋଗଦେବା କାର୍ଯ୍ୟକ୍ରମ ରହିଛି ।

ସୂଚନା ଅନୁଯାୟୀ, ଆସନ୍ତା ମାସ ୨ ତାରିଖରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଚାଲିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ୱାର୍ଡସ୍ତରରୁ ଏହି ସଭ୍ୟ ସଂଗ୍ରହ କରାଯିବ । ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର କହିଛନ୍ତି, ପୂର୍ବ ବର୍ଷ ଏହି ଅଭିଯାନରେ ୪୭ ଲକ୍ଷ ସଭ୍ୟ ସଂଗ୍ରହ ହୋଇଥିବା ବେଳେ ଏବର୍ଷ ଏହା ୫୦ ଶତକଡା ବୃଦ୍ଧି ପାଇବାକୁ ଆକଳନ କରାଯାଇଛି ।

ସେହିପରି କାର୍ଯ୍ୟକାରିଣୀ ପରେ ଯୁବ, ଛାତ୍ର ଏବଂ ମହିଳା ସଙ୍ଗଠନ ପ୍ରମୁଖଙ୍କୁ ପରିବର୍ତ୍ତନ କରାଯିବା ସମ୍ଭାବନା ରହିଛି । ଏହି କାର୍ଯ୍ୟକାରିଣୀ ପରେ ବିଜେପୁର ବିଧାନସଭା ଉପନିର୍ବାଚନ, ପୌର ନିର୍ବାଚନ ରଣନୀତି ସମ୍ପର୍କରେ କାର୍ଯ୍ୟକରିଣୀରେ ଆଲୋଚନା ହେବାର ରହିଛି ।

Leave a comment