ମମତାଙ୍କ ସପୋର୍ଟରେ ବାହାରିଲା ବିଜେଡି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଶ୍ଚିମବଙ୍ଗରେ ହାଇଡ୍ରାମା ପରେ ଏହାକୁ ନେଇ ଉଭୟ ଲୋକସଭା ଓ ରାଜ୍ୟସଭାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । ଲୋକସଭାରେ ପ୍ରଶ୍ନକାଳ ଚାଲୁଥିବା ସମୟରେ ବିରୋଧୀ ଦଳର ନେତାମାନେ ସିବିଆଇ ବିରୋଧରେ ନାରାବାଜି କରିଛନ୍ତି । ସସେପଟେ ରାଜ୍ୟସଭାରେ ବି ଏହି ପ୍ରସଙ୍ଗରେ ହଟ୍ଟଗୋଳ କରିଛନ୍ତି ବିରୋଧୀ । ସିବିଆଇର କାର୍ଯ୍ୟକୁ ବିରୋଧ କରି ମମତା ଜାରି ରଖିଥିବା ଧାରଣାକୁ ସମର୍ଥନ କରିଛନ୍ତି ଏକାଧିକ ବିରୋଧୀ ଦଳ ।
ସେପଟେ ମମତା ବାନାର୍ଜୀଙ୍କ ସମର୍ଥନରେ ବିଜେଡି ବାହାରିଛି । ସର୍ବୋଚ୍ଚ ସଂସ୍ଥାଗୁଡିକର ଅଖଣ୍ଡତା ବଜାୟ ରହୁ ବୋଲି ଆଜି ଦଳ ପକ୍ଷରୁ କୁହାଯାଇଛି ।