ହିନ୍ଦୋଳ ଏନ୍ଏସି ନିର୍ବାଚନ ପାଇଁ ବିଜେଡିର ପର୍ଯ୍ୟବେକ୍ଷକ ନିଯୁକ୍ତ

0

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ୍ଏସି ନିର୍ବାଚନ ଆସନ୍ତା ଏପ୍ରିଲ୍ ୩ ତାରିଖରେ ଅନୁଷ୍ଠିତ ହେବ । ମୋଟ୍ ୧୬ଟି ୱାର୍ଡର କାଉନସିଲର ଓ ଗୋଟିଏ ନଗରପାଳ ପାଇଁ ଭୋଟ୍ ପଡିବ । ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ବୁଧବାର ଶେଷ ହୋଇଛି ।

ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳ ନିର୍ବାଚନ ପରିଚାଳନା ପାଇଁ ୩ ଜଣିଆ ପର୍ଯ୍ୟବେକ୍ଷକ ନିଯୁକ୍ତି କରିଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିନ୍ଦୋଳ ଏନ୍ଏସି ନିର୍ବାଚନ ପାଇଁ ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଓ ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ କୁନା ବିହାରୀ ଦାସଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି । ଏ ନେଇ ଦଳର ରାଜ୍ୟ ସାଧାରଣ ସଂପାଦକ ମାନସ ରଞ୍ଜନ ମଙ୍ଗରାଜ ପ୍ରେସ୍ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି ।

Leave a comment