ବିଜେଡି ବିଧାୟକଙ୍କ ଟିକଟକି ଭିଡିଓ ଭାଇରାଲ

ପାରାଦୀପର ବିଜେଡି ବିଧାୟକ ସମ୍ବିତ ରାଉତରାୟ ସାପ ଖେଳାଉଥିବାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଟିକ୍ଟକ୍ ଭିଡିଓରେ ସମ୍ବିତ ଗୋଟିଏ ଢମଣା ସାପକୁ ଧରି ଖେଳାଉଥିବା ଦେଖିବାକୁ ମିଳିଛି । 11 ସେକେଣ୍ଡର ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ବିଧାୟକ ସାପକୁ ଧରି କ୍ୟାମେରା ଆଗରେ ପୋଜ୍ ଦେଉଛନ୍ତି। ଭିଡିଓ ଭାଇରାଲ୍ ହେବାପରେ ବିଧାୟକ କହିଛନ୍ତି ଯେ, ‘ମୁଁ ସାପ ସମ୍ପର୍କରେ ଯଥେଷ୍ଟ ସଚେତନ। ମୁଁ କେବେ ମୋ ଜୀବନରେ ସାପକୁ ମାରି ନାହିଁ। 2 ଦିନ ତଳେ ମୋ ଘରେ ଗୋଟିଏ ଢମଣା ସାପ ପଶି ଯାଇଥିଲା। ପିଲାମାନେ ଡରିଲେ, ତେଣୁ ସେ ସାପଟିକୁ ମୁଁ ଧରି ପକାଇଥିଲି। ଏହାପରେ ଏନେଇ ସ୍ନେକ୍ ହେଲ୍ପ୍ ଲାଇନ୍ ସଦସ୍ୟଙ୍କୁ ଖବର ଦେଇଥିଲି। ସେମାନେ ପହଞ୍ଚିବା ପରେ ସାପଟିକୁ ନନ୍ଦନକାନନରେ ଛାଡ଼ିଥିଲି’।