ବିଜେଡି ନେତା ଶମ୍ଭୁ ମହାନ୍ତି ଗିରଫ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଝାରସୁଗୁଡା ବିଜେଡି ଉପସଭାପତି ଶମ୍ଭୁ ମହାନ୍ତି ଗିରଫ । କର୍ତ୍ତବ୍ୟରତ ପୋଲିସକୁ ଦୁର୍ବ୍ୟବହାର ଅଭିଯୋଗରେ ଗିରଫ ହେଲେ ଶମ୍ଭୁ ।

ସୂଚନା ଅନୁଯାୟୀ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଗତକାଲି ନିଜ ଗାଡ଼ିରେ ଯାଉଥିବା ସମୟରେ ସିଟ ବେଲ୍ଟ ବାନ୍ଧି ନଥିଲେ । ବେଲପାହାଡ଼ ଫାଟକ ନିକଟରେ କାର୍ଯ୍ୟରତ ବେଲପାହାଡ଼ ଥାନାର ଏଏସ୍ଆଇ ଅର୍ଜୁନ ଓରାମ ଓ ଜଣେ କନଷ୍ଟେବଲ ବିଧାୟକଙ୍କ ଗାଡ଼ିକୁ ଅଟକାଇ ଥିଲେ । ଏଏସ୍ଆଇ ବିଧାୟକଙ୍କୁ ସିଟବେଲ୍ଟ କାହିଁକି ବାନ୍ଧି ନାହାଁନ୍ତି ପଚାରିବାରୁ ସେ ନିଜ ପରିଚୟ ଦେଇଥିଲେ । ଫଳରେ ପୋଲିସ ତାଙ୍କୁ ଛାଡି ଦେଇଥିଲା । ସେହି ସ୍ଥାନରେ ଉପସ୍ଥିତଥିବା ଝାରସୁଗୁଡ଼ା ବିଜେଡି ଜିଲ୍ଲା ଉପସଭାପତି ଶମ୍ଭୁ ମହାନ୍ତି କାର୍ଯ୍ୟରତ ପୋଲିସ ଏଏସ୍ଆଇ ସହ ଯୁକ୍ତିତର୍କ କରିବା ସହ ଆଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏପରିକି ସେ ପୋଲିସକୁ ଜେଲ ପଠାଇବାକୁ ଧମକ ଦେବାକୁ ପଛାଇ ନଥିଲେ । ଏହି ସମୟର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହେବାପରେ ଶମ୍ଭୁଙ୍କୁ ଗିରଫ କରାଯାଇଥିବା ଝାରସୁଗୁଡା ଏସ୍‌ପି ଅଶ୍ୱିନୀ କୁମାର ସୂଚନା ଦେଇଛନ୍ତି ।

Leave a comment