ବିଜେଡିର ଇସ୍ତାହାର କମିଟି ବୈଠକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେଡି ଦଳୀୟ କାର୍ଯ୍ୟାଳୟରେ ଗୁରୁବାର ଇସ୍ତାହାର କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ପାଟକୁରା ବିଧାୟକ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ନିର୍ବାଚନୀ ଇସ୍ତାହାରରେ କେଉଁ ପ୍ରସଙ୍ଗଗୁଡିକ ସ୍ଥାନ ପାଇବ ସେ ନେଇ ଆଲୋଚନା ହୋଇଥିଲା । ଭୋଟ ପାଇଁ ମନକିଣା ଇସ୍ତାହାର ଦିଆଯିବ ନାହିଁ । ଚଳିତଥର ଲୋକଙ୍କ ସମସ୍ୟା ଓ ସମାଧାନ ନେଇ ନିର୍ବାଚନକୁ ନେଇ ଇସ୍ତାହାର ଦିଆଯିବ ବୋଲି ଇସ୍ତାହାର କମିଟି ଉପାଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି । ଏହାସହ କୃଷି, ଶ୍ରମିକ ଓ ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯିବ ବୋଲି କମିଟି ଉପାଧ୍ୟକ୍ଷ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । ବୈଠକରେ ପ୍ରସନ୍ନ ଆଚର୍ଯ୍ୟ, ଚିନ୍ମୟ ସାହୁ, ସଞ୍ଜୟ ଦାଶବର୍ମା, ସୌମ୍ୟରଞ୍ଜନ ପଟ୍ଟନାୟକ, ସସ୍ମିତ ପାତ୍ର, ଅମର ପଟ୍ଟନାୟକ ପ୍ରମୁଖ ଇସ୍ତାହାର କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave a comment