ବିଜେଡ଼ି ଛାତ୍ର ସଭାପତି ରେସ ରେ ଦୁଇ ଛାତ୍ର ନେତା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେଡ଼ି ଛାତ୍ର ଓ ଯୁବ ସଭାପତି ଚୟନ ଖୁବଶୀଘ୍ର ହେବାକୁଯାଉଛି । ଛାତ୍ର ସଭାପତି ପାଇଁ ରେସ ଆରମ୍ଭ ହୋଇଛି । ଏହି ରେସ ରେ ଦୁଇ ଛାତ୍ର ନେତାଙ୍କ ନାଁ ଖୁଵ ଚର୍ଚ୍ଚା ହେଉଛି । ସେମାନଙ୍କ ମଧ୍ୟରୁ ଜଣେ ହେଲେ ଭୁବନେଶ୍ୱର ବିଜେବି କଲେଜର ପୂର୍ବତନ ଛାତ୍ର ସଭାପତି ଅଜିତ କୁମାର ବେହେରା ଯେକି ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଥିଲେ ଏବଂ ଅନ୍ୟ ଜଣକ ହେଲେ କଟକ ରେଭେନ୍ସା କଲେଜ ପୂର୍ବତନ ଛାତ୍ର ସଭାପତି ହରି ଶଙ୍କର ରାଉତ । ଏଥର ବିଜୁ ଜନତା ଦଳର ଛାତ୍ର ସଭାପତି ପାଇଁ ଜଣେ ବିଧାୟକଙ୍କୁ ଦାୟିତ୍ବ ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ମାତ୍ର ଏହି ନିଷ୍ପତ୍ତି ବଦଳିବା ପରେ ଦୁଇ ଛାତ୍ର ନେତା ନିଜ ନିଜ ଅଣ୍ଟା ଭିଡ଼ିଲେଣି । ଅଜିତ ବର୍ତ୍ତମାନ ବିଜୁ ଛାତ୍ର ଜନତା ଦଳର ଭୁବନେଶ୍ୱର ଜୋନ ସଭାପତି ଥିବାବେଳେ ହରି ଶଙ୍କର ବିଜୁ ଛାତ୍ର ଜନତା ଦଳର ମହାସଚିବ ଅଛନ୍ତି ।
ଅଜିତ କୁମାର ବେହେରା ବିଗତ ୧୫ବର୍ଷ ହେବ ବିଜୁ ଜନତା ଦଳର କର୍ମୀ ଭାବେ ନିରନ୍ତର କାର୍ଯ୍ୟ ସମ୍ପାଦନ କରିଆସୁଛନ୍ତି । ସେ ପୂର୍ବରୁ ମଧ୍ୟ ବିଜୁ ଜନତା ଦଳର ଛାତ୍ର ରାଜ୍ୟ ସାଧାରଣ ସମ୍ପାଦକ ରୂପେ ନିୟୋଜିତ ରହି ନିଷ୍ଠାର ସହ କାର୍ଯ୍ୟରତଥିଲେ । ୨୦୧୯ ସାଧାରଣ ନିର୍ବାଚନ ସମୟରେ ଦଳ ତରଫରୁ ଅଜିତଙ୍କୁ ବାରଙ୍ଗର କୋ ଅଵଜରଭର ଏବଂ ସାଲେପୁର ରେ କୋଡ଼ିନେଟର ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଯାହାକି ସେ ସୁଚାରୁରୂପେ ତୁଲାଇଥିଲେ । ତାଙ୍କୁ ଜଣେ ଜଣାଶୁଣା ଛାତ୍ର ନେତା କହିଲେ ଅତ୍ୟୁକ୍ତି ହେବନାହିଁ । ସେ ସମସ୍ତ ଦଳୀୟ କାର୍ଯ୍ୟକ୍ରମର ଅତ୍ୟନ୍ତ ଦାୟିତ୍ୱର ପ୍ରତିପାଦନ କରନ୍ତି । ଏହି ଛାତ୍ର ନେତାଙ୍କ ସପକ୍ଷରେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସହ ଭୁବନେଶ୍ୱରର ୩ ବିଧାୟକ ଥିବା ଚର୍ଚ୍ଚା ହେଉଛି ।
ସେହିପରି ମହାମାରୀ କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଲକ ଡାଉନ ଘୋଷଣା କରିବା ଦିନଠାରୁ ଅଜିତ ମାଷ୍ଟର କ୍ୟାଣ୍ଟିନ ଛକରେ ପ୍ରତିଦିନ ଗରିବ, ନିଃସହାୟ ଲୋକଙ୍କୁ ଖାଦ୍ୟ ବଣ୍ଟନ କରୁଛନ୍ତି ।
ଅପରପକ୍ଷରେ ହରି ଶଙ୍କର ରାଉତଙ୍କ ସପକ୍ଷରେ କିଛି ପ୍ରଭାବଶାଳୀ ନେତା ଥିବା ଚର୍ଚ୍ଚା ହେଉଛି । ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ଅଜିତ ଓ ହରି ଉଭୟଙ୍କ ଖୁଵ ନିକଟତର ବୋଲି ଶୁଣିବାକୁ ମିଳୁଛି । ଦେଖିବାକୁ ବାକି ରହିଲା କାହା ପଲ୍ଲା ଭାରି ରହୁଛି । ବିଜୁ ଜନତା ଦଳ ଛାତ୍ର ସଭାପତି ଆସନ କିଏ ଅକ୍ତିଆର କରୁଛି ।