ଧାରଣା ସ୍ଥାନକୁ ନେଇ ବିଜେପି, ବିଜେଡି ମଧ୍ୟରେ ଧସ୍ତାଧସ୍ତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାରାଦୀପରେ ଧାରଣା ସ୍ଥାନକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ ଧସ୍ତାଧସ୍ତି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ୩ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ ।
ସୂଚନା ଅନୁଯାୟୀ, କଳିଙ୍ଗ ବାଲିଯାତ୍ରା ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ନେଇ ନଭେମ୍ବର ୧ତାରିଖରୁ ବିଜେପି ପୌରପରିଷଦ କାର୍ଯ୍ୟାଳୟ ସାମ୍ନାରେ ଗଣଧାରଣା ଦେଇଆସୁଛି । ମାତ୍ର ସେହି ସ୍ଥାନରେ ବିଜେଡିର ମହାପ୍ରଗତି ସମାବେଶ ପାଇଁ ପାରାଦୀପ ପ୍ରଶାସନ ଅନୁମତି ପ୍ରଦାନ କରିଥିଲା । ଫଳରେ ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟରେ ସ୍ଥାନକୁ ନେଇ ଧସ୍ତାଧସ୍ତି ହୋଇଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା ।