ପାଟକୁରାବାସୀଙ୍କୁ ଠକୁଛନ୍ତି ବିଜେଡି, ବିଜେପି: ଶ୍ରୀକାନ୍ତ ଜେନା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାଟକୁରା ବିଧାନସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜୀ । ବିଜେପିଜେଡ଼ି ପାଟକୁରାରେ ଫ୍ରେଣ୍ଡଲି ଲଢ଼ୁଛନ୍ତି ବୋଲି କଂଗ୍ରେସ ନେତା ତାରା ବାହିନୀପତି କହିଥିବା ବେଳେ ଏବେ ପୁଣି ବିଜେଡି ଓ ବିଜେପିର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ।

ଶ୍ରୀ ଜେନା ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି, ରାଜ୍ୟ ସଭା ପାଇଁ ନିଜ ପ୍ରାର୍ଥୀଙ୍କୁ ଜିତାଇବାର ସଂଖ୍ୟା ଥାଇ ବି ବିଜେପି ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କଲା ।ରାଜ୍ୟର ସ୍ବାର୍ଥକୁ ଦୃଷ୍ଟିରେ ରଖି ଖୋଲା ବୁଝାମଣା କରାଯାଇଥିବା ଉଭୟ ଦଳ ନେତୃବୃନ୍ଦ କହିଥିଲେ । ଏବେ ବିଜେପିର ସମସ୍ତ କାର୍ଯ୍ୟକୁ ବିଜେଡି ସମର୍ଥନ କରିବା ସହ ଦୁଇପାଦ ଆଗକୁ ଯାଇ ପ୍ରଶଂସା କରୁଛି । କେନ୍ଦ୍ରୀୟ ବଜେଟରୁ ଓଡ଼ିଶାକୁ‌ ୧ଟଙ୍କା ଲାଭ ମିଳିବାର ନଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବଜେଟକୁ ପ୍ରଂଶସା କରିଛନ୍ତି । ତାହେଲେ ପାଟକୁରାରେ ଉଭୟ ଦଳର ନେତୃତ୍ୱ ମିଶି ଜଣକୁ କାହାକୁ ନିର୍ବାଚନରୁ ଓହରାଇ ନିଅନ୍ତୁ ଓ ଅନ୍ୟଜଣଙ୍କୁ ମିଳିତ ପ୍ରାର୍ଥୀ ଘୋଷଣା କରନ୍ତୁ । ଅଯଥାରେ ଗାଁ ଗଣ୍ଡାରେ ଝଗଡ଼ା-ପଇସା-ମଦ ବାଣ୍ଟିବା ବନ୍ଦ କରନ୍ତୁ ବୋଲି ଶ୍ରୀକାନ୍ତ କହିଛନ୍ତି ।

Leave a comment