ମଣିଷର ଏହି ୫ଟି ଖରାପ ଅଭ୍ୟାସ ଟାଣିଥାଏ ଦୁର୍ଭାଗ୍ୟକୁ,ଯଥାଶୀଘ୍ର ବାଦଳାଇ ଦିଅନ୍ତୁ

0

ମଣିଷ ଜୀବନ ରେ ଯେବେବି କୌଣସି ଖରାପ ସମୟ ଆସିଥାଏ, ସେତେବେଳେ ମଣିଷ ଭାଗ୍ୟକୁ କୁ ଦୋଷ ଦେଇଥାଏ l ଯେପରିକି ପ୍ରତ୍ୟେକ ଖରାପ କାର୍ଯ୍ୟର ପରିଣାମ ଆମେ ଭାଗ୍ୟକୁ ଦେଇଥାଉ କିନ୍ତୁ ତାହା ସେଭଳି ନୁହେଁ ସେଥିପାଇଁ ଆମର କେତୋଟି ଖରାପ ଅଭ୍ୟାସ ଦାୟୀ ଅଟେ l ଶାସ୍ତ୍ର ଅନୁସାରେ ବ୍ୟକ୍ତି ଏପିରୀ କିଛି ଖରାପ ଅଭ୍ୟାସ କରିଥାଏ ଯାହା ତାର ଉନ୍ନତିରେ ବାଧକ ସାଜିଥାଏ l

* ନଖ ଚୋବାଇବା – ସାଧାରଣତଃ ଆମେ ଦେଖିଥାଉ କିଛି ଲୋକ ଏପରି ରହି ଥାଆନ୍ତି ଯେଉଁ ମାନଙ୍କର ନଖ ଚୋବାଇବାର ଖରାପ ଅଭ୍ୟାସ ରହିଥାଏ l ଶାସ୍ତ୍ର ଅନୁସାରେ ନଖ ଚୋବାଇବା ଦ୍ୱାରା ଆମ କୁଣ୍ଡଳୀ ରେ ସୂର୍ଯ୍ୟ ଦୁର୍ବଳ ହୋଇ ଥାଆନ୍ତି l ଯାହାଦ୍ୱାରା ଆମେ ଆମକୁ ଅପଯଶ ପ୍ରାପ୍ତି ହୋଇଥାଏ ଓ ସମାଜରେ ଆମର ନିନ୍ଦା ହୋଇଥାଏ l

* ପାଦ ଘୋଷାରି ଚାଲିବା – କିଛି ଲୋକଙ୍କର ପାଦ ଘୋଷାରି ଚାଲିବା ଖରାପ ଅଭ୍ୟାସ ରହିଛି l ଏପରି କରିବା ଦ୍ୱାରା ବୈବାହିକ ଜୀବନ ପ୍ରଭାବିତ ହୋଇଥାଏ l ଏହାଦ୍ୱାରା ବୈବାହିକ ଜୀବନ ରେ ବିନା କାରଣରେ ଅଶାନ୍ତି ଦେଖା ଦେଇଥାଏ l

* ଜୋତା ଚପଲ ଏଣେତେଣେ ରଖିବା – ଘରେ ଯେଉଁ ଲୋକମାନେ ଜୋତା ଚପଲ ଏଣେତେଣେ ବିଛାଡ଼ି ରଖନ୍ତି ଏହାଦ୍ୱାରା ଭାଗ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ l ଏବଂ ସଫଳତା ମଧ୍ୟ ଦୁରେଇ ଯାଇଥାଏ l

* ଘର ଚତୁର୍ପାଶ୍ୱ ଅସନା କରି ରଖିବା – ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଘର ଚାରି ପାଖ ଆବର୍ଜନା ରଖିବା ଦ୍ୱାରା କୁଣ୍ଡଳୀରେ ଶୁଭ ଯୋଗ ଭଙ୍ଗ ହୋଇଥାଏ l ତେଣୁ ସର୍ବଦା ଘର ଚାରି ପାଖ ସଫା ସୁତୁରା ରଖିବା ଆବଶ୍ୟକ l

* ରୋଷେଇ ଘର ଅସନା ରଖିବା – ଅଧିକାଂଶ ଲୋକ ରୋଷେଇ କରିବା ସମୟରେ ରୋଷେଇ ଘରକୁ ଅସଜଡ଼ା କରି ରଖି ଥାଆନ୍ତି l କିନ୍ତୁ ଏଭଳି କରିବା ଠିକ ନୁହେଁ l ଏପରି କରିବା ଦ୍ୱାରା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି l

Leave a comment