କେନ୍ଦ୍ରୀୟ କୃଷି ବିଲକୁ ବିରୋଧ: ରିଲିଫ୍ କୋଡ୍ ସଂଶୋଧନ ଦାବିରେ ନବ ନିର୍ମାଣ କୃଷକ ସଂଗଠନର ପ୍ରତିବାଦ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ରୀୟ କୃଷି ବିଲକୁ ବିରୋଧ ସହ ରିଲିଫ କୋଡ଼ ସଂଶୋଧନ ଦାବି ସହ ଚାଷୀକୁ ଉଚିତ ମୂଲ୍ୟ ପ୍ରଦାନ ଦାବି ନେଇ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚଣ୍ଡିଖୋଲ ଠାରେ ସତ୍ୟାଗ୍ରହ ଜାରି ରହିଛି । ବନ୍ୟାରେ କ୍ଷୟକ୍ଷତି ହୋଇଥିବା ଜିଲ୍ଲାମାନଙ୍କରେ ଚାଷୀମାନେ ଅନେକ ମାତ୍ରାରେ ପ୍ରଭାବିତ ହୋଇଛନ୍ତି । ସେମାନଙ୍କ ଚାଷ ଉଜୁଡି ଯାଇଥିବା ବେଳେ ସେମାନଙ୍କୁ ଉଚିତ ମୂଲ୍ୟ ଦିଆଯାଉନାହିଁ । ଏକର ପିଛା ୧୫ ହଜାର ଭାଗଚାଷୀଙ୍କୁ ୭ ହଜାର ୫୦୦ ଟଙ୍କା ପ୍ରଦାନ କରିବା ପାଇଁ ସଂଗଠନ ଦାବି କରିଛି । କେନ୍ଦ୍ର ସରକାର ଯେଉଁ କୃଷି ବିଲ ପାରିତ କରିଛନ୍ତି ତାହାକୁ ସମ୍ପୂର୍ଣ ବିରୋଧ କରିବା ସହ ବିଲକୁ ପୁର୍ନବିଚାର କରାଯାଇ ପ୍ରତ୍ୟାହାର ଦାବି ନେଇ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚଣ୍ଡିଖୋଲ ଠାରେ ସତ୍ୟାଗ୍ରହ କରାଯାଇଛି ।ଏଥିରେ ବିଭିନ୍ନ ଜିଲ୍ଲାରୁ ବହୁ ଚାଷୀ ଯୋଗ ଦେଇଛନ୍ତି । ଆଇନ ଶୃଙ୍ଖଲା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ମୃତୟନ କରାଯାଇଛି ।

Leave a comment