ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗ୍‌ଷ୍ଟର୍‌ ବିକାଶ ଦୁବେ ନିହତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କାନପୁରରେ ପୁଲିସ ସହ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗ୍‌ଷ୍ଟର୍ ବିକାଶ ଦୁବେ ନିହତ ହୋଇଥିବା ଖବର ମିଳିଛି । ପୁଲିସ କବଳରୁ ଖସି ପଳାଇଯିବାକୁ ଉଦ୍ୟମ କରୁଥିବା ବେଳେ ବିକାଶ ଦୁବେ ଉତ୍ତର ପ୍ରଦେଶ ସ୍ପେସାଲ୍ ଟାସ୍କ୍‌ ଫୋର୍ସ ପକ୍ଷରୁ ଗୁଳି ଚଳାଯାଇଥିଲା। ଗୁଳିମାଡ଼ରେ ବିକାଶର ମୃତ୍ୟୁ ଘଟିଥିବା ସୂଚନା ରହିଛି।
ସୂଚନାଯୋଗ୍ୟ, ୮ଜଣ ପୋଲିସ୍‌କର୍ମିଙ୍କୁ ହତ୍ୟା କରିଥିବା ମାଷ୍ଟରମାଇଣ୍ଡ ବିକାଶ ଦୁବେ ଏନ୍‌କାଉଣ୍ଟରରେ ନିହତ ହୋଇଛି । ଆଜି ୟୁପି ଏସଟିଏଫର ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଗିରଫ ହୋଇଥିବା ବିକାଶ ଦୁବେ ଥିବା କୁହାଯାଉଛି । ତେବେ ଦୁର୍ଘଟଣା ସମୟରେ କାର୍‌ଟି ଓଲଟି ଯିବା ପରେ ବିକାଶ ପୋଲିସର ବନ୍ଧୁକ ଛଡାଇବାକୁ ଚେଷ୍ଟା କରି ଖସିଯିବାକୁ ଉଦ୍ୟମ କରିଥିଲା । ପୋଲିସ ସହ ତାହାର ମୁହାଁମୁହିଁ ମଧ୍ୟ ହୋଇଥିଲା । ଉଭୟ ପକ୍ଷର ଏନ୍‌କାଉଣ୍ଟରରେ ବିକାଶ ପ୍ରାଣ ହରାଇଥିବା କୁହାଯାଉଛି । ଗତ ଶୁକ୍ରବାର କାନପୁରରେ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ହୋଇଥିବା ଗୁଳିକାଣ୍ଡରେ ୮ଜଣ ପୋଲିସ କର୍ମଚାରୀ ସହିଦ ହୋଇଥିଲେ । ସେହି ଦିନଠାରୁ ବିକାଶ ଫେରାର ଥିଲା । ପୂର୍ବରୁ ବିକାଶ ନାମରେ ୬୦ରୁ ଊର୍ଦ୍ଧ୍ୱ ଅପରାଧିକ ମାମଲା ରହିଥିବା ବେଳେ ଏହି ହାର୍ଡକୋର୍‌ କ୍ରିମିନାଲ୍‌ ସମ୍ପର୍କରେ ସୂଚନା ପ୍ରଦାନ ପାଇଁ କାନପୁର ପୋଲିସ ୫ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା ।

Leave a comment