ସୁବାସ ଚୌହାନଙ୍କୁ ସମ୍ମାନ ଦେଲେ ନବୀନ ଓ କାହାକୁ ଦେଲେ ବିଜେପୁର ଉପନିର୍ବାଚନ ଦାୟିତ୍ୱ ପଢନ୍ତୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୁବାସ ଚୌହାନଙ୍କୁ ମିଳିଲା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଦାୟିତ୍ୱ । ବିଜେଡିରୁ ବିଜେପିରେ ଯୋଗଦାନ କରିଥିବା ଦାମ, ବୈଜୟନ୍ତ ଦଳରେ ଅଲୋଡ଼ା ହୋଇ ପଡ଼ିଥିବା ଆଲୋଚନା ହେଉଥିବା ବେଳେ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଛାଡି ବିଜେଡିରେ ଯୋଗଦେଇଥିବା ସୁବାସଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଚଳିତ ସାଧାରଣ ନିର୍ବାଚନ ସମୟରେ ବିଜେପି ଛାଡି ବିଜେଡିରେ ସୁବାଷ ଚୌହାନ ଯୋଗଦାନ କରିଥିଲେ । ମାତ୍ର ସେ ସମୟରେ ସୁବାଷ ନିର୍ବାଚନ ଲଢ଼ିବାକୁ ଖୋଲାଖୋଲି ସୁବାସ ମନାକରିଥିଲେ । ତେଣୁ ତାଙ୍କୁ ପଶ୍ଚିମ ଓଡିଶା ସାଙ୍ଗଠନିକ ଦାୟିତ୍ୱ ଓ ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଥିଲା । ମାତ୍ର ପଶ୍ଚିମ ଓଡ଼ିଶାରେ ଲୋକସଭା ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିନଥିଲେ ମଧ୍ୟ ବିଜେଡି ସୁପ୍ରିମୋ ସୁବାସଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଛନ୍ତି ।

ସୂଚନା ଅନୁଯାୟୀ, ଆସନ୍ତାକାଲି ବିଜେପୁର ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ । ତେଣୁ ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନିଜେ ଏକ ୪ଜଣିଆ ସମନ୍ୱୟ କମିଟି ଗଠନ କରିଛନ୍ତି । ସେମାନଙ୍କ ମଧ୍ୟରେ ୨ଜଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ସୁଶାନ୍ତ ସିଂ ଥିବା ବେଳେ ୨ ଜଣ ବରିଷ୍ଠ ନେତାସଞ୍ଜୟ ଦାସବର୍ମା ଓ କଳିକେଶ ନାରାୟଣ ସିଂହଦେଓଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ।

Leave a comment