ବିଜାପୁରରେ ଲ୍ୟାଣ୍ଡମାଇନ୍ସ ବିସ୍ପୋରଣ, ୪ ବି.ଏସ.ଅଫ ଯବାନ ଗୁରୁତର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଛତିଶଗଡ଼ ରେ ମାଓ ହିଂସା ଥମିବାର ନା ଧରୁନି । ଆଜି ସକାଳେ ଏକ ବି.ଏସ.ଅଫ ଯବାନ ଟ୍ରକ ବିଜାପୁର ଘାଟି ଦେଇ ଯିବା ସମୟରେ ଲ୍ୟାଣ୍ଡମାଇନ୍ସ ବିସ୍ପୋରଣ ଘଟିଛି । ଏହି ବିସ୍ପୋରଣ ରେ ୪ ଜଣ ୪ଜଣ ବି.ଏସ.ଅଫ ଯବାନ ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୯.୦୦ଟା ସମୟରେ ବିଜାପୁରରେ ଲ୍ୟାଣ୍ଡମାଇନ୍ସ ବିସ୍ପୋରଣ ହୋଇଛି । ବିଜାପୁର ଘାଟି ଦେଇ ଏକ ବି.ଏସ.ଅଫ ଯବାନ ଟ୍ରକ ଯାଉଥିବା ସମୟରେ ଏହି ବ୍ଲାଷ୍ଟ ହୋଇଥିବା ଜଣାପଡିଛି । ଏହି ବ୍ଲାଷ୍ଟ ଫଳରେ ୪ଜଣ ବି.ଏସ.ଅଫ ଯବାନ, ଜଣେ ଡ଼ି.ଆର.ଜି ଓ ଜଣେ ସାଧାରଣ ଜନତା ଗୁରୁତର ଭାବେ ଆହତ ହୋଇଛନ୍ତି । ସମସ୍ତ ଆହତ ମାନଙ୍କୁ ବିଜାପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆବଶ୍ୟକ ସ୍ଥଳେ ସେମାନଙ୍କୁ ରାୟପୁର ସ୍ଥାନାନ୍ତରିତ କରାଯିବ ।