ବିହାର ଅନଲକ୍‌: ସଂଧ୍ୟା ୬ ପର୍ଯ୍ୟନ୍ତ ଦେକାନ ବଜାର ଖୋଲିବାକୁ ମିଳିଲା ଅନୁମତି

0

ପାଟନା: ତଳମୁହାଁ ହେଉଛି କରୋନା ସଂକ୍ରମଣ । ଏହାକୁ ନଜରରେ ରଖି ବିହାରରେ କୋହଳ ହେବାକୁ ଯାଉଛି କରୋନା କଟକଣା । କରୋନା ସଂକ୍ରମଣ ହ୍ରାସକୁ ଦୃଷ୍ଟିରେ ରଖି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଲକଡାଉନକୁ କୋହଳ କରିବାକୁ ଘୋଷଣା କରିଛନ୍ତି । ବର୍ତ୍ତମାନ ସେଠାରେ ଦୋକାନ ଏବଂ ଅନ୍ୟାନ୍ୟ ବ୍ୟବସାୟ ପ୍ରତିଷ୍ଠାନକୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ବ୍ୟତୀତ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଖୋଲିବାକୁ ଏବଂ ଏକ ସପ୍ତାହ ପର୍ଯ୍ୟନ୍ତ ପ୍ରତିବନ୍ଧକଗୁଡିକ କୋହଳ କରିବାକୁ ଅନୁମତି ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ ଟ୍ୱିଟରେ କହିଛନ୍ତି ଯେ, ଜୁନ୍‌ ୧୬ରୁ ଜୁନ୍‌ ୨୨ ପର୍ଯ୍ୟନ୍ତ ପ୍ରତିବନ୍ଧକଗୁଡିକ କୋହଳ କରିବାର ନିର୍ଦ୍ଦେଶ ଦିଆଯାଇଛି ।ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଟ୍ୱିଟ୍‌ କରି କହିଛନ୍ତି, ‘କରୋନା ସଂକ୍ରମଣର ପରିସ୍ଥିତିର ସମୀକ୍ଷା କରାଯାଇଥିଲା । ଏହି ଆଧାରରେ ପରବର୍ତ୍ତୀ ସପ୍ତାହେ ଯଥା ୧୬ ଜୁନ୍‌ ୨୦୨୧ରୁ ୨୨ ଜୁନ୍‌ ୨୦୨୧ ପର୍ଯ୍ୟନ୍ତ ପ୍ରତିବନ୍ଧକକୁ କୋହଳ କରାଯାଇଛି । ବର୍ତ୍ତମାନ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟଗୁଡ଼ିକ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଖୋଲା ରହିବ, ଏହାସହ ୋକାନ ଏବଂ ପ୍ରତିଷ୍ଠାନଗୁଡ଼ିକ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଖୋଲା ରହିବ । ଏବଂ ରାତି ୮ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ରାତି କର୍ଫ୍ୟୁ ଲାଗୁ ରହିବ । ସୂଚନା ଅନୁସାରେ, ଅନଲକ୍‌ ୧ ଘୋଷଣା ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜେ ରାଜଧାନୀ ପାଟନାର ପରିସ୍ଥିତକୁ ସମୀକ୍ଷା କରିଥିଲେ । କେବଳ ଏତିକି ନୁହେଁ, ବରଂ ସମ୍ପୃକ୍ତ ଅଧିକାରୀଙ୍କ ସହ କଥାବାର୍ତ୍ତା ମଧ୍ୟ କରିଥିଲେ । ବିହାରରେ ଯେଉଁଠାରେ କରୋନା ମାମଲାରେ ହ୍ରାସ ହୋଇଛି, ସେଠାରେ ଗୋଟିଏ ଦିନର ବ୍ୟବଧାନରେ ୋକାନ ଖୋଲୁଛି । ଯଦିଓ ବଜାର ଖୋଲିବା ପାଇଁ ସରକାର ପୂର୍ବରୁ ସକାଳ ୬ ଟାରୁ ୫ ଟା ପର୍ଯ୍ୟନ୍ତ ସମୟ ସ୍ଥିର କରିଥିଲେ, କିନ୍ତୁ ବର୍ତ୍ତମାନ ଏହାକୁ ପରିବର୍ତ୍ତନ କରି ସନ୍ଧ୍ୟା ୬ ଟାକୁ ବୃଦ୍ଧି କରାଯାଇଛି ।

Leave a comment