ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଲ୍ୟାଣ୍ଡିଂ ବେଳେ ଉଡିଗଲା ପେଣ୍ଡାଲ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବିହାରର ମୁଙ୍ଗେର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ହେଲିକପ୍ଟର ଲ୍ୟାଣ୍ଡିଂ ସମୟରେ ପେଣ୍ଡାଲ ଭାଙ୍ଗି ପଡିଛି। ଲ୍ୟାଣ୍ଡିଂ ସମୟରେ ଜୋର ପବନ ହେବାରୁ ପେଣ୍ଡାଲ ଉଡ଼ି ଯାଇଥିଲା। ଫଳରେ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଉପସ୍ଥିତ ସୁରକ୍ଷାକର୍ମୀ ଓ ପୁଲିସ ପରିସ୍ଥିତିକୁ କାବୁ କରିଥିଲେ। ପ୍ରକାଶ ଯେ, ୨୦୨୦ ବିହାର ନିର୍ବାଚନକୁ ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନିର୍ବାଚନୀ ସଭା ଆରମ୍ଭ ହୋଇ ସାରିଛି। ବୁଧବାର ନୀତିଶ କୁମାର ମୁଙ୍ଗେର ଜିଲ୍ଲାର ତାରାପୁର ବିଧାନସଭା ଆସନରୁ ଜେଡିୟୁ ଆଶାୟୀ ମେୱାଲାଲ ଚୌଧୁରୀଙ୍କ ପକ୍ଷରେ ନିର୍ବାଚନୀ ଜନସଭା କରିବାକୁ ପହଞ୍ଚିଥିଲେ। ସଭାସ୍ଥଳର ନିକଟରେ ହୋଇଥିବା ଲ୍ୟାଣ୍ଡିଂ ସ୍ପଟରେ ଯେତେବେଳେ ହେଲିକପ୍ଟର ଓହ୍ଲାଉଥିଲା ସେତେବେଳେ ଏହାର ପଙ୍ଖାର ପବନରେ ସଭାସ୍ଥଳରେ ଲଗାଯାଇଥିବା ପେଣ୍ଡାଲ୍ ଉଡ଼ିଯାଇଥିଲା।