ହସ୍ପିଟାଲକୁ ଦଲାଲ ମୁକ୍ତ ଅଭିଯାନର ବଡ ସଫଳତା; ଏମ୍ସରୁ ୧୨ ଦଲାଲ ଗିରଫ

0

ଏମ୍ସରୁ ୧୨ ଦଲାଲଙ୍କୁ ଗିରଫ କଲା ଖଣ୍ଡଗିରି ପୋଲିସ । ହସ୍ପିଟାଲକୁ ଦଲାଲ ମୁକ୍ତ କରିବାକୁ ଚାଲିଥିବା ସ୍ପେଶାଲ ଡ୍ରାଇଭରେ ଗିରଫ । ରୋଗୀଙ୍କୁ ସହାୟତା ଆଳରେ ଲୁଟ କରି ଗିରଫ ହେଲେ । ଦୀର୍ଘଦିନ ହେବ ଏମ୍ସ ହସ୍ପିଟାଲରେ ଡାକ୍ତରଙ୍କ ପରାମର୍ଶ ପାଇଁ ଟିକେଟ କାଟି ବ୍ଲାକରେ ବିକ୍ରି କରୁଥିଲେ ଏହି ଦଲାଲମାନେ । ବିଭିନ୍ନ ଆଳରେ ବାହାର ଜିଲ୍ଲାରୁ ଆସୁଥିବା ରୋଗୀ ଓ ସମ୍ପର୍କୀୟଙ୍କୁ ଠକି ଏମାନେ ଟଙ୍କା ନେଉଥିଲେ ।

ଟିକେଟ, ଆଡମିଶନ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାକୁ କହି ସେମାନଙ୍କୁ ଲୁଟୁଥିଲେ । ରୋଗୀମାନଙ୍କ ଲାଗି ଡାକ୍ତରଙ୍କ ପରାମର୍ଶ ପାଇଁ ମାଗଣା ସେବା ଉପଲବ୍ଧ ଥିବା ସତ୍ତ୍ବେ ସେମାନେ ହନ୍ତସନ୍ତ ହେଉଥିଲେ। ଦଲାଲ ମାନେ ଆଗୁଆ ଟିକେଟ କାଟି ରୋଗୀଙ୍କୁ ୪ରୁ ୫ ହଜାର ଟଙ୍କାରେ ବିକୁଥିଲେ ।

Leave a comment