ଭୁବନେଶ୍ୱର ରେ ବନ୍ଦ ରହିବ ସମସ୍ତ ପାର୍କ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାରା ବିଶ୍ୱରେ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି କରୋନା । ଏହାକୁ ପ୍ରତିହତ କରିବା ପାଇଁ ସରକାର ମଧ୍ୟ ଅଣ୍ଟା ଭିଡିଛନ୍ତି। ଏନେଇ ରାଜଧାନୀ ଭୁବନେଶ୍ୱରରେ ସମସ୍ତ ପାର୍କ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସରକାରୀ ଓ ବେସରକାରୀ ସମସ୍ତ ପାର୍କ ବନ୍ଦ ରହିବ । ପାର୍କରେ ଭିଡ଼ ନିୟନ୍ତ୍ରଣ ନହେବାରୁ ଏହିପରି ନିଷ୍ପତ୍ତି ନିଆଯାଇଛି ।

ଆସନ୍ତାକାଲିଠାରୁ ଏହି ନିୟମ ଲାଗୁ ହେବ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।
ଓଡ଼ିଶାରେ ଦୁଇଜଣ କରୋନାରେ ଆକ୍ରାନ୍ତ ଅଛନ୍ତି ।

Leave a comment