୧୪ ଦିନ ପାଇଁ ସିଲ ହେଲା ଭୁବନେଶ୍ୱର କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ ଅଫିସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ ଗୁଇନ୍ଦା କାର୍ଯ୍ୟାଳୟ ୧୪ଦିନ ପାଇଁ ସିଲ। କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀଙ୍କୁ ହୋମ କ୍ୱାରେନଟାଇନରେ ରଖାଯିବ । ସ୍ୱାବ ନମୁନା ପାଇଁ ଅଫିସ କୁ ସିଲ କରାଯାଇଥିବା ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀ ।

ସୂଚନା ଅନୁଯାୟୀ, କେନ୍ଦ୍ରୀୟ ଗୁଇନ୍ଦା କାର୍ଯ୍ୟାଳୟର ଜଣେ କର୍ମଚାରୀ ଜଣେ କରୋନା ପଜେଟିବଙ୍କ ସଂସ୍ପର୍ଶରେ ଆସିଥିଲେ । ତେଣୁ ଭୁବନେଶ୍ୱର କେନ୍ଦ୍ରୀୟ ଗୁଇନ୍ଦା କାର୍ଯ୍ୟାଳୟ ସିଲ କରାଯାଇଛି ।

Leave a comment