ଆଜିଠୁ ୩ ମାସ ଯାଏ ବନ୍ଦ ରହିବ ଭିତରକନିକା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ଆଜିଠୁ ବନ୍ଦ ରହିବ । ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା । ପ୍ରଜନନ ସମୟରେ କୁମ୍ଭୀର ମାନେ ଅଧିକ ହିଂସ୍ର ହୋଇଥାନ୍ତି ।ପର୍ଯ୍ୟଟକ ମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ଏହି ସମୟରେ ଭିତରକନିକାକୁ ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ କରିଥାଏ । ଏହି ତିନିମାସ ସମୟରେ ବଉଳା କୁମ୍ଭୀର ମାନେ ଅଣ୍ଡା ଦେଇଥାନ୍ତି । ତେବେ ନିଜର ବଂଶ ରକ୍ଷା କରିବା ପାଇଁ ପାଖରେ କେହି ପର୍ଯ୍ୟଟକଙ୍କୁ ଦେଖିଲେ ଆକ୍ରମଣ କରିବାକୁ ପଛାଇ ନଥାନ୍ତି । ତେଣୁ ଭିତରକନିକାକୁ ବନ୍ଦ ରଖା ଯାଇଛି।

Leave a comment