‘୨୦୨୦ ସଂସଦ ରତ୍ନ ପୁରସ୍କାର’ ପାଇବେ ସାଂସଦ ଭର୍ତ୍ତୃହରି ମହତାବ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଟକ ସାଂସଦ ଭର୍ତ୍ତୃହରି ମହତାବ ୨୦୨୦ ସଂସଦ ରତ୍ନ ପୁରସ୍କାର ପାଇବା ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି । ଶ୍ରୀ ମହତାବଙ୍କ ସମେତ ଲୋକସଭାର ୮ଜଣ ସଦସ୍ୟ ଏବଂ ୨ଜଣ ରାଜ୍ୟସଭା ସଦସ୍ୟ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ।
୧୭ତମ ଲୋକସଭାର ପ୍ରଥମ ବର୍ଷ ଲାଗି ପ୍ରଦର୍ଶନକୁ ଭିତ୍ତିକରି ଏହି ପୁରସ୍କାର ବିଭିନ୍ନ ବିଭାଗ ଲାଗି ପ୍ରଦାନ କରାଯିବ, ଏନେଇ ବୁଧବାର ଦିନ ସୂଚନା ଦେଇଛି ପ୍ରାଇମ୍ ପଏଣ୍ଟ ଫାଉଣ୍ଡେସନ ।
ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ ମହତାବ ୬ଥର ଲାଗି ସାଂସଦ ରହିଛନ୍ତି । ସେ ସଫଳତାର ସହିତ କଟକ ସଂସଦୀୟ ନିର୍ବାଚନ ମଣ୍ଡଳୀରୁ ୧୯୯୮, ୧୯୯୯, ୨୦୦୪, ୨୦୦୯, ୨୦୧୪ ଏବଂ ୨୦୧୯ରେ ନିର୍ବାଚିତ ଲଢି ବିଜୟ ହାସଲ କରିପାରିଛନ୍ତି ।