ଭାରତ ବନ୍ଦ , ସମ୍ୱଲପୁର ଓ ବଲାଙ୍ଗିରରେ ପ୍ରଭାବ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜାତିଭିତ୍ତିକ ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ଭୀମ ଆର୍ମି ପଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ସମ୍ବଲପୁର ସହରରେ ଦେଖିବାକୁ ମିଳିଛି।
ବିଭିନ୍ନ ଦାବି ସହ CAA, NRCକୁ ପ୍ରତ୍ୟାହାର ଦାବିରେ ସମ୍ବଲପୁରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ସହରରେ ଗାଡ଼ି ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଛି। ସମ୍ବଲପୁର ଷ୍ଟେସନରେ ଭୀମ ଆର୍ମି କର୍ମକର୍ତ୍ତାମାନେ ଟ୍ରେନ୍ ଅଟକାଇଛନ୍ତି। ତେବେ ଏକ ଘଣ୍ଟା ବିଳମ୍ୱରେ ସମ୍ବଲପୁର-ପୁରୀ ଇଣ୍ଟରସିଟି ଛାଡ଼ିଛି।ସେହିପରି ବଲାଙ୍ଗିର ଜିଲ୍ଲାରେ ମଧ୍ୟ ଦଳିତ ସମାଜ, ଆମ୍ବେଦକର ପାର୍ଟି ଅଫ୍ ଇଣ୍ଡିଆ, ବିଏସ୍ପି ଭଳି ବିଭିନ୍ନ ସଙ୍ଗଠନ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଏହି ସମସ୍ତ ସଙ୍ଗଠନ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରିବ। ଜିଲ୍ଲା ବଣିକ ସଂଘ ଏହି ବନ୍ଦକୁ ସମର୍ଥନ କରିଛି।