କରୋନା ପାଇଁ ବାପାଙ୍କୁ ମୁଖାଗ୍ନି ଦେଇ ପାରିଲେନି ପୁଅ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ହେଲା କାଳ। କଟକଣା ପାଇଁ ବାପାଙ୍କୁ ମୁଖାଗ୍ନି ଦେଇପାରିଲାନି ପୁଅ। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁରରେ। ବ୍ରହ୍ମପୁର ସହରର ବଡ଼ବଜାରର କେ. ନରସିଂହ ମୂର୍ତ୍ତିଙ୍କ ପରିବାରରେ ଏମିତି ଘଟଣା ଘଟିଛି।
ସୂଚନାଯୋଗ୍ୟ,ଗତକାଲି ସକାଳୁ ନରସିଂହଙ୍କ ହଠାତ୍ ହୃଦଘାତରେ ମୃତ୍ୟୁ ଘଟିଥିଲା । ମୃତ୍ୟୁର ମାତ୍ର ଅଧଘଣ୍ଟା ପୂର୍ବରୁ ଆମେରିକାର ଫ୍ଲୋରିଡାରେ ରହୁଥିବା ଏକମାତ୍ର ପୁଅ ସୁଦୀପଙ୍କ ସହ ସେ ଫୋନରେ କଥା ହୋଇଥିଲେ। ତାପରେ ସବୁକିଛି ଓଲଟା ହୋଇଗଲା।
କିଛିଘଣ୍ଟା ପରେ ବାପାଙ୍କ ଶେଷଯାତ୍ରାକୁ କେବଳ ଭିଡିଓ କଲରେ ଦେଖି ଲୁହ ଗଡ଼ାଇବା ଛଡ଼ା ଅନ୍ୟ ଉପାୟ ନଥିଲା ସୁଦୀପଙ୍କ ପାଖରେ। କରୋନା କଟକଣା ଯୋଗୁ ସମସ୍ତ ବିମାନ ରଦ୍ଦ ହୋଇଥିବାରୁ ଆମେରିକାରୁ ଘରକୁ ଆସିବା ସମ୍ଭବ ହୋଇପାରି ନଥିଲା ସୁଦୀପଙ୍କ କ୍ଷେତ୍ରରେ। ଅନ୍ୟଦିନ ହୋଇଥିଲେ ଶେଷକୃତ୍ୟ ନିମନ୍ତେ ଅପେକ୍ଷା କରିଥାନ୍ତେ ବୋଲି କହିଛନ୍ତି ପରିବାର ଲୋକେ।