ସହାରା ବଦଳରେ ବୋଝ ହେଲେ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁଅ ରୋଜଗାର କରି ଘରର ଆର୍ଥିକ ସ୍ଥିତି ସଜାଡ଼ିବାକୁ ମହାରାଷ୍ଟ୍ରର ପୁନେ
ଯାଇଥିଲା। ମାତ୍ର ଦଇବ ତା ଭାଗ୍ୟ ରେ ଅନ୍ୟ କିଛି ଲେଖିଥିଲା। ସେ ମା’ ବାପା ର ସହାରା କଣ ହେବ ବର୍ତ୍ତମାନ ସେ ତାଙ୍କ ଉପରେ ବୋଝ ହୋଇଯାଇଛନ୍ତି। ଏପରି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ଇକିରିଆ ଗାଁର ପ୍ରଫୁଲ୍ଲ ରାଉତ ଙ୍କ ସହ।

ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ଇକିରିଆ ଗାଁର ୧୯ ବର୍ଷୀୟ ପ୍ରଫୁଲ୍ଲ ରାଉତ ଘରର ସ୍ଥିତ ସୁଧାରିବାକୁ ବାହାରି ଯାଇଥିଲେ ମହାରାଷ୍ଟ୍ରର ପୁନେ କୁ। ସେଠାରେ ସେ ପାଇପ ମିସ୍ତ୍ରୀ ଭାବେ କାମ କରିଥିଲେ। ଭାବିଥିଲେ ଭଲ ଦୁଇ ପଇସା ରୋଜଗାର କଲେ ଘରର ଅବସ୍ଥାରେ ସୁଧାର ଆସିବ। ମାତ୍ର ୯ ଦିନ ତଳେ ସେ ରାସ୍ତାରେ ଯାଉଥିବା ସମୟରେ ତାଙ୍କର ଦୁର୍ଘଟଣା ହେବାରୁ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସେଠାରେ ଥିବା କିଛି ଓଡ଼ିଆ ବ୍ୟାକ୍ତି ଙ୍କ ସହଯୋଗରେ ତାଙ୍କୁ ଆଦିତ୍ୟ ବିର୍ଲା ମେଡ଼ିକାଲରେ ଭର୍ତ୍ତି କରିଥିଲେ। ପୁନେ ରେ ଥିବା ଓଡ଼ିଆ ମାନଙ୍କ ଠାରୁ ୪ଲକ୍ଷ ଟଙ୍କା ସଂଗ୍ରହ କରି ମେଡ଼ିକାଲରେ ଦେଇଥିଲେ। ଆଦିତ୍ୟ ବିର୍ଲା ମେଡ଼ିକାଲ ରୁ ତାଙ୍କୁ ଡିସଚାର୍ଜ କରି ଅନ୍ୟ ହସ୍ପିଟାଲ କୁ ନେବାକୁ ଅଧିକ ଦେଢ଼ ଲକ୍ଷ ଟଙ୍କା ଦରକାର। ପଇସା ଯୋଗାଡ଼ କରି ନପାରିବାରୁ ପରିବାର ଲୋକ ତାଙ୍କୁ ଆଣି କଟକ ମେଡିକାଲ ରେ ଭର୍ତ୍ତି କରିପାରୁ ନାହାନ୍ତି। ବୃଦ୍ଧ ମା’ ବାପା ପୁଅ ପାଇଁ କିଛି କରିନପାରି ନିଜ ଭାଗ୍ୟ କୁ ନିନ୍ଦୁଛନ୍ତି।

Leave a comment