ଭିକାରୀମୁକ୍ତ ହେବ ରାଜଧାନୀ

0

ଓଡ଼ିଶାଫାଷ୍ଟ (ବ୍ୟୁରୋ): ସ୍ମାର୍ଟ ସିଟି ରାଜଧାନୀ ଭୁବନେଶ୍ୱରକୁ ଭିକାରୀମୁକ୍ତ ସହର କରିବାକୁ ଭୁବନେଶ୍ୱର ମହାନଗର ନିଗମ ବିଏମସି ପକ୍ଷରୁ ଅଭିଯାନ ଆରମ୍ଭ କରାଯାଇଛି । ରାଜଧାନୀର ସବୁ ଗଳିକନ୍ଦିରୁ ଭିକାରୀମାନଙ୍କୁ ଉଦ୍ଧାର କରି ବିଭିନ୍ନ ଥଇଥାନ କେନ୍ଦ୍ରରେ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ବିଏମସି, କମିଶନରେଟ ପୁଲିସ ଓ ୩ଟି ସ୍‌ୱେଚ୍‌ଛାସେବୀ ସଂଗଠନ ପକ୍ଷରୁ ଅଭିଯାନ କରାଯାଇଛି । ଏହି ପରୀପ୍ରେକ୍ଷୀରେ ୟୁନିଟ ୧, ୟୁନିଟ ୨ ମାର୍କେଟ, ମାଷ୍ଟରକ୍ୟାଣ୍ଟିନ, ବାଣୀବିହାର ଶନିମନ୍ଦିର, ଲିଙ୍ଗରାଜ ମନ୍ଦିର, କ୍ୟାପିଟାଲ ହସ୍ପିଟାଲ ଅଞ୍ଚଳରେ ଅଭିଯାନ ଚାଲିଛି । ପୂର୍ବରୁ ମଧ୍ୟ ୨ ଶହରୁ ଅଧିକ ଭିକାରୀଙ୍କୁ ଉଦ୍ଧାର କରିଥିଲା ବିଏମ୍‌ସି । ପୁଣି ଥରେ ଏହି କାର୍ଯ୍ୟକ୍ରମକୁ ବିଏମସି ଜୋରଦାର କରିଛି । ରାଜ୍ୟ ବାହାରୁ ଆସି ରାଜଧାନୀର ବିଭିନ୍ନ ଟ୍ରାଫିକରେ ଭିକ୍ଷାବୃତ୍ତି କରୁଥିବା ଲୋକଙ୍କୁ ଘଉଡ଼ାଇବାକୁ ନିଷ୍ପତ୍ତି ହୋଇଛି । ଭୁବନେଶ୍ୱର ସହରକୁ ଭିକାରୀ ମୁକ୍ତ କରିବା ଲାଗି ବିଏମସି ପକ୍ଷରୁ ପ୍ରୟାସ ଚାଲିଥିବା ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି ।

Leave a comment