ପୁରୀରେ ‘ବନ୍ଦେ ଉତ୍କଳ ଜନନୀ’ ବନ୍ଦନା ବେଳେ ଅପୂର୍ବ ଦୃଶ୍ୟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଦୁନିଆ ଦେଖିଲା ପୁରୀର ଅପୂର୍ବ ଦୃଶ୍ୟ। ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ଗାନ ସମୟରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା। ମୁହଁରେ ମୁଖା ଓ ସାମାଜିକ ଦୂରତ୍ଵ ରକ୍ଷା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନରେ ପୁରୀ ବାସୀ ‘ବନ୍ଦେ ଉତ୍କଳ ଜନନୀ’ବନ୍ଦନା ଗାନ କରିଛନ୍ତି।
କରୋନା ମହାମାରୀ ସମୟରେ କରୋନା ଭୁତାଣୁ ସହ ନିଷ୍ଠାର ସହ ଲଢ଼ୁଥିବା ସମସ୍ତ କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ଶନିବାର ସନ୍ଧ୍ୟା ସାଢ଼େ ପାଞ୍ଚଟାରେ ‘ବନ୍ଦେ ଉତ୍କଳ ଜନନୀ’ ବନ୍ଦନା ଗାନ କରିବା ଲାଗି ଅନୁରୋଧ ରକ୍ଷା କରିଥିଲେ। ଏହି ଅନୁରୋଧକୁ ରକ୍ଷା କରି ରାଜ୍ୟବାସୀ ବନ୍ଦେ ଉତ୍କଳ ଜନନୀ’ ବନ୍ଦନା ବନ୍ଦନା କରିଥିଲେ। ପୁରୀ ଜିଲ୍ଲା ପ୍ରଶାସନ ଏବଂ ଶ୍ରୀମନ୍ଦିର ପ୍ରଶାସନ ସହାୟତାରେ ଏହି ସମାବେଶକୁ ଆୟୋଜନ କରାଯାଇଥିଲା।