ଗଞ୍ଜାମରେ କେନ୍ଦ୍ରୀୟ ଟିମ୍, ପ୍ରଥମେ ରଙ୍ଗେଇଲୁଣ୍ଡା ଯାଇ ଜଓ୍ୱାଦ କ୍ଷୟକ୍ଷତିର କଲେ ସମୀକ୍ଷା

0

ଖଲ୍ଲିକୋଟ,୧୩/୧୨: ବାତ୍ୟା ଜୱାଦ୍‌ ଓ ଏହା ପ୍ରଭାବରେ ବର୍ଷା ଯୋଗୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଫସଲ ନଷ୍ଟ ହୋଇଛି । ଏହି କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ଟିମ୍‌ ଆସି ପହଞ୍ଚିଛନ୍ତି ।

ଏହି ଟିମ୍‌ ପ୍ରଥମେ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକ, ପରେ ଛତ୍ରପୁର ବ୍ଲକର କଣମଣା ବାତ୍ୟା ଆଶ୍ରୟସ୍ଥଳୀ ଓ ପରେ ଖଲ୍ଲିକୋଟ ବ୍ଲକ୍ ଯାଇ କ୍ଷେତ୍ର ପରିଦର୍ଶନ କରିଛନ୍ତି । ଟିମ୍‌ ବିଭିନ୍ନ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବା ସହ ଚାଷୀ ଙ୍କ ସହ ଆଲୋଚନା କରିଥିଲେ ।

ବର୍ଷାରେ ଧାନ ଫସଲ, ପନିପରିବା ଓ ଅନ୍ୟ ଫସଲ ବ୍ୟାପକ ନଷ୍ଟ ହୋଇଛି । ହଜାର ହଜାର ହେକ୍ଟର ଜମିର ଫସଲ ଉଜୁଡ଼ି ଯାଇଥିବା ଏବେବି ପାଣି ଭିତରେ ଶଢୁଛି ପାଚିଲା ଧାନ କ୍ଷେତ । ଅଳ୍ପ ଦିନ ବ୍ୟବଧାନରେ ଦୁଇ ଥର ଲଗାଣ ବର୍ଷା ହେବା ଦ୍ୱାରା ଜମିରେ ପାଣି ଜମି କିପରି ଅମଳ ଫସଲ ନଷ୍ଟ ହୋଇଛି ତାର ହୃଦୟ ବିଦାରକ ତଥ୍ୟ ଚାଷୀମାନେ ଟିମକୁ ଦେଇଥିଲେ । ଋଣ କରି ବିଲରେ ସୁନା ଫସଲ ପ୍ରସ୍ତୁତ କରିଥିବା ଚାଷୀମାନେ ଏବେ ଦୁର୍ଦ୍ଦିନରେ ଗତି କରୁଛନ୍ତି ବୋଲି କେନ୍ଦ୍ରୀୟ ଟିମର ଦୃଷ୍ଟି ଆକଷଣ କରିଥିଲେ । ଏହା ସହ ସେମାନେ କ୍ଷତିପୁରଣ ଦାବି କରିଥିଲେ ।

Leave a comment