ପୂଜା ଘରେ ବାରମ୍ବାର ଅଗରବତୀ ଜଳାଇବାର ସ୍ଥାନ ପରିବର୍ତ୍ତନ କରନ୍ତୁ ନାହିଁ

0

ପୂଜା ସମୟରେ ଅଗରବତୀ ଜଳାଇବା ବହୁତ ଜରୁରୀ ହୋଇଥାଏ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ଅଗରବତୀ କେବଳ ସୁଗନ୍ଧ ପାଇଁ ବ୍ଯବହାର କରାଯାଏ ନାହିଁ। ଏହାଦ୍ବାରା ଅନେକ ଶୁଭଲାଭ ଫଳ ମିଳିଥାଏ। ତେଣୁ ଆଜି ଆମେ ଅଗରବତୀ ସହିତ ଜଡିତ କିଛି ବାସ୍ତୁ ଉପାୟ ବିଷୟରେ ଜଣାଇବୁ…
ଅଗରବତୀ ଜଳାଇବା ଦ୍ବାରା ଘରୁ ନକାରାତ୍ମକ ଶକ୍ତି ବାହାରିଯାଏ। ବିଶେଷ ପ୍ରକାର ସୁଗନ୍ଧ ଦ୍ବାରା ମସ୍ତିଷ୍କରୁ ଯନ୍ତ୍ରଣା ଏବଂ ତାହା ସମ୍ବନ୍ଧୀୟ ରୋଗର ନାଶ ହୋଇଥାଏ। ତାହା ସହିତ ହୃଦୟ ପାଇଁ ମଧ୍ୟ ବେଶ ଲାଭଦାୟକ ହୋଇଥାଏ।
ଅଗରବତୀ ଜଳାଇବା ଦ୍ବାରା କଳହ ଏବଂ ପିତୃଦୋଷ ମଧ୍ୟ ଦୂର ହୁଏ ଏବଂ ଘରେ ସୁଖ, ଶାନ୍ତି ସମୃଦ୍ଧି ରହିଥାଏ।
ଅଗରବତୀ ଲଗାଇବା ଦ୍ବାରା ଅଲୌକିକ କିମ୍ବା ଦିବ୍ଯ ଶକ୍ତି ଆର୍କଷିତ ହୋଇଥାନ୍ତି।

ପୂଜା ଘରେ ଅଗରବତୀ ଜଳାଇବା ଦ୍ବାର ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିଥାଏ। ଏମିତି କଲେ ମା’ ଲକ୍ଷ୍ମୀଙ୍କ କୃପା ଲାଗିରହିଥାଏ।

ପୂଜା ଘରେ ସବୁବେଳେ ଅଗରବତୀ ଗୋଟେ ସ୍ଥାନରେ ଜଳାନ୍ତୁ। ବାରମ୍ବାର ଅଗରବତୀ ଜଳାଇବାର ଦିଗ ପରିବର୍ତ୍ତନ କଲେ ବିଶେଷ ଫଳ ମିଳିନଥାଏ।

Leave a comment