ଶ୍ରୀମନ୍ଦିରରେ ବସନ୍ତ ପଞ୍ଚମୀ, ଅନୁକୂଳ ହେଲା ରଥକାଠ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମାଘ ଶୁକ୍ଳ ପଞ୍ଚମୀ ତିଥି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଭାବେ ବସନ୍ତ ପଞ୍ଚମୀ ନୀତି ଅନୁଷ୍ଠିତ ହୋଇଯାଇଅଛି । ଆଜି ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି ପ୍ରତଃ ଘ.୫.୪୫ ହୋଇ ଭିତର ଶୋଧ ଘ.୬.୨୦ ଏବଂ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଘ.୬.୩୫ ରେ ସମ୍ପର୍ଣ୍ଣ ପରେ ମହାପ୍ରଭୁଙ୍କ ପରବର୍ତ୍ତି ଦୈଵଦିନ ନୀତି ବଢି ମଧ୍ୟାନ ଧୂପ ସରି ଦ୍ୱିତୀୟ ଭୋଗମଣ୍ଡପ ପରେ ମଇଲମ ହୋଇ ମେକାପ ସର୍ବାଙ୍ଗ ଚନ୍ଦନଲାଗି ହେବାପରେ ଶ୍ରୀଦେବୀ, ଭୂଦେବୀ ଦଖିଣି ଘରକୁ ବିଜେ ହୋଇଥିଲେ, ଭିତର ଚାଚେରୀ ବେଶ ବଢ଼ି ଚାଚେରୀ ଭୋଗ ଉଠିବା ପରେ ଶ୍ରୀଦେବୀ, ଭୂଦେବୀ ଓ ଦୋଳଗୋବିନ୍ଦ ସିଂହାସନକୁ ବିଜେ କରିଥିଲେ, ଚାଚେରି ଭୋଗ ଅନ୍ତେ ପୂଜାପଣ୍ଡା ସାମନ୍ତେ, ପତି ମହାପତ୍ରେ ଏବଂ ମୁଦିରସ୍ତଙ୍କ ଦ୍ଵାରା ଘଣ୍ଟ ଛତା ଫଗୁ ସର୍ବାଙ୍ଗ ହେବାପରେ ମୁଦିରସ୍ତେ ପ୍ରସାଦ ଲାଗି, ବନ୍ଦାପନା ପରେ ରାଜନୀତି କରିଥିଲେ । ତତ୍ପରେ ଘଣ୍ଟ, ଛତା, କାହାଳୀ ପଟୁଆରରେ ସିଂହଦ୍ୱାରଦେଇ ବିମାନ ଜଗନ୍ନାଥ ବଲ୍ଲବ ଅଭିମୁଖେ ଯାତ୍ରା କରିଥିଲା ସେଠାରେ ରୁନ୍ଧା ଖୋଲାଯାଇ ଠାକୁର, ଠାକୁରାଣୀ ଜଗତି ଉପରେ ବିଜେ ହେଲାପରେ ଫଗୁ ଖେଳିଥିଲେ ଏବଂ ଆଲଟ ଚାମର ହୋଇ ବନ୍ଦାପନା ହୋଇଥିଲେ, ପରେ ବେଣ୍ଟ ପାଖରୀକୁ ବେଣ୍ଟ ବିନ୍ଧିବା ନିମନ୍ତେ ବିଜେ ହୋଇଥିଲେ, ବେଣ୍ଟ ବିନ୍ଧା ନୀତି ସାରି ଠାକୁର, ଠାକୁରାଣୀ ଶ୍ରୀମନ୍ଦିରକୁ ବାହୁଡା ବିଜେ କରିଥିଲେ । ତତ୍ପରେ ଭିତରେ ସନ୍ଧ୍ୟା ଧୂପ ସାରିଲାପରେ ମା’ ସରସ୍ୱତୀଙ୍କ ମନ୍ଦିରରେ ପାଞ୍ଜି ପୂଜା ଦେଉଳ କାରଣ ମାନଙ୍କ ଦ୍ୱାରା କରାଯାଇଥିଲା ।

ପରମ୍ପରା ଅନୁଯାୟୀ ଏହି ଦିନ ସନ୍ଧ୍ୟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମୁଖ ଭାଗରେ ରାଜଗୁରୁ ଓ ପୁରୋହିତଙ୍କ ଦ୍ୱାରା ରଥ କାଠ ତ୍ରୟଙ୍କର ପୂଜାର୍ଚ୍ଚନା ବିଧିମତେ ସମ୍ପନ୍ନ ହୋଇଥିଲା ।

Leave a comment