ବଲିଉଡ ଜଗତ ପାଇଁ ଆଉ ଏକ ଦୁଃଖଦ ଘଟଣା: ଚାଲିଗଲେ କଣ୍ଠଶିଳ୍ପୀ ବାପି ଲାହିରି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବଲିଉଡ ଜଗତ ପାଇଁ ଆଉ ଏକ ଦୁଃଖଦ ଖବର। ୬୯ ବର୍ଷରେ ଚାଲିଗଲେ ଭେଟେରାନ୍ ସିଙ୍ଗର ଓ କମ୍ପୋଜର ବାପି ଲାହିରି । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ବାପି ୨୭ ନଭେମ୍ବର ୧୯୫୨ରେ କୋଲକାତାରେ ଜନ୍ମଗ୍ରହଣ କରିଥିଲେ। ସେ ନିଜର ଭିନ୍ନ ଶୈଳୀ ପାଇଁ ଫିଲ୍ମ ଜଗତରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ । ଶେଷଥର ପାଇଁ ବାଗି-୩ ପାଇଁ ମ୍ୟୁଜିକ କମ୍ପୋଜ୍ କରିଥିଲେ । ବାପି ଲାହିରି ଚଲତେ ଚଲତେ, ଡିସ୍କୋ ଡାନ୍ସର ଗୀତ କମ୍ପୋଜ୍ କରି ଖୁବ ପ୍ରସିଦ୍ଧ ଲାଭ କରିଥିଲେ । ବଲିଉଡରେ ଡିସ୍କୋ କିଙ୍ଗ ଭାବରେ ବେଶ୍ ପରିଚିତ ଥିଲେ ।

Leave a comment