ସର୍ବନିମ୍ନ ଦରମା ୨୧ ହଜାର କର’ : ୧୨ ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ବ୍ୟାଙ୍କ ମିତ୍ର

0

ଝାରସୁଗୁଡା, ୨୪/୧୨, ୧୨ ଦଫା ଦାବି ନେଇ ଝାରସୁଗୁଡା ଜିଲ୍ଲା ବ୍ୟାଙ୍କ ମିତ୍ର ସଙ୍ଘ ପକ୍ଷରୁ ଜିଲ୍ଲାପାଳ ଓ ଡିପିଏମଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ମୁଖ୍ୟତଃ ୨୧ ହଜାର ଟଙ୍କା ଲେଖାଏଁ ଦରମା ପ୍ରଦାନ ଏବଂ ସେମାନଙ୍କୁ ଇଫିଏଫ ଓ ଇଏସଆଇ ଅନ୍ତର୍ଭୁକ୍ତ କରାଯାଉ ବୋଲି ବ୍ୟାଙ୍କ ମିତ୍ରମାନେ ଦାବି କରିଛନ୍ତି ।

ବ୍ୟାଙ୍କ ମିତ୍ରଙ୍କ ଅଭିଯୋଗ ଅନୁସାରେ, ସେମାନଙ୍କ କାର୍ଯ୍ୟ ତୁଳନାରେ ବର୍ତମାନ ଦିଆଯାଉଥିବା ଦରମା ଅତି କମ୍ । ଏପରିକି ଅନ୍ୟ କୌଣସି ଆନୁସାଙ୍ଗିକ ସୁବିଧା ପ୍ରଦାନ କରାଯାଉନାହିଁ । ତେଣୁ ସରକାର ଶୀଘ୍ର ପଦକ୍ଷେପ ଗ୍ରହଣ କରି ବ୍ୟାଙ୍କ ମିତ୍ରଙ୍କ ୧୨ ଦଫା ଦାବି ପୂରଣ କରନ୍ତୁ । ନଚେତ ଆଗାମୀ ଦିନରେ ରାଜ୍ୟ ସ୍ତରରେ ଆନ୍ଦୋଳନ କରାଯିବବୋଲି ବ୍ୟାଙ୍କ ମିତ୍ର ସଙ୍ଘ ପକ୍ଷରୁ ଚୋତବନୀ ଦିଆଯାଇଛି ।

Leave a comment