ଟାର୍ଗେଟ ହେବାପରେ ପାକିସ୍ତାନ ଜିନ୍ଦାବାଦ ଶ୍ଲୋଗାନ ଦେଇଥିବା ଅମୂଲ୍ୟ ଲିୟୋନା ସତ ଉଗାଳିଲେ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବେଙ୍ଗାଲୁରୁରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ଆୟୋଜିତ ରାଲିରେ ‘ପାକିସ୍ତାନ ଜିନ୍ଦାବାଦ’ ଶ୍ଲୋଗାନ ଦେଇଥିବା ଝିଅ ଅମୂଲ୍ୟ ଲିୟୋନା ଏବେ ଚର୍ଚ୍ଚାରେ। ସୋସିଆଲ ମିଡିଆରେ ତାଙ୍କୁ ପାକିସ୍ତାନ ଯିବାକୁ ପରାମର୍ଶ ଦିଆଯାଉଛି । ଏହି ଘଟଣାପରେ ଅମୂଲ୍ୟ ଖୁଲାସା କରିଛନ୍ତି ସେ ‘ପାକିସ୍ତାନ ଜିନ୍ଦାବାଦ’ କହିବା ପଛରେ ଅନ୍ୟର ହାତ ଥିଲା ।

ସେ କହିଛି ମୁଁ ଯେଉଁ କାମ କରିଛି, ମୁଁ ଏହା କରିନାହିଁ । ମୁଁ କେବଳ ଏହାର ମୁହଁ ହୋଇଛି । କିନ୍ତୁ ମୋ ପଛରେ ବହୁତ ଲୋକ ପରାମର୍ଶଦାତା କମିଟି କାମ କରୁଛି । ସେମାନେ ଯାହା ପରାମର୍ଶ ଦେବେ, ମୋତେ କହିବାର ଅଛି । ଏଥିପାଇଁ ଏକ କଣ୍ଟେଟ ଟିମ କାମ କରୁଛି । ବହୁ ବରିଷ୍ଠ ଆନ୍ଦୋଳନକାରୀ କାମ କରୁଛନ୍ତି । ମୋର ବାପା-ମା କହୁନ୍ତି ଏମତି କହିବୁ, ଏମିତି କରିବୁ । ଏଇଠାକୁ ଯିବୁ । ଏକ ବଡ଼ ଛାତ୍ର ଗୋଷ୍ଠୀ-ବେଙ୍ଗାଲୁରୁ ଷ୍ଟୁଡେଣ୍ଟ ଆଲାୟନ୍ସ ଏହି ବିରୋଧ ପାଇଁ କାମ କରୁଛି । ମୁଁ କେବଳ ମୁହଁ ହୋଇଛି ।
ସୂଚନାଯୋଗ୍ୟ, ଅଲ ଇଣ୍ଡିଆ ମଜଲିସ-ଏ ଇତ୍ତେହାଦୁଲ ମୁସ୍ଲିମିନ (ଏଆଇଏମଆଇଏ)ର ମୁଖ୍ୟ ଅସୁଦୁଦ୍ଦୀନ ଓୱେସୀଙ୍କ ଗୁରୁବାର ବେଙ୍ଗୋଲୁରୁରେ ସିଏଏ-ବିରୋଧୀ ରାଲିରେ ହଙ୍ଗାମା ହୋଇଥିଲା । ଏହାର କାରଣ ଥିଲା ଜଣେ ଅମୂଲ୍ୟ ନାମରେ ଝିଅଟି ପାକିସ୍ତାନ ଜିନ୍ଦାବାଦ ଶ୍ଲୋଗାନ ଦେଇଥିଲା । ବିଜେପି କହିଛି, ଯେଉଁ ଲୋକମାନେ ପାକିସ୍ତାନକୁ ସମର୍ଥନ କରୁଛନ୍ତି, ସେହି ଦେଶରେ ଯାଇ ବସବାସ କରନ୍ତୁ ।

Leave a comment