ବମୀଖାଲ, ସୂର୍ଯ୍ୟନଗର ଓ ପୁରୀ ଆକ୍ରାନ୍ତଙ୍କ ରହିଛି ବାହାର ରାଜ୍ୟ ଲିଂକ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବମୀଖାଲ, ସୂର୍ଯ୍ୟନଗର ଓ ପୁରୀ ଆକ୍ରାନ୍ତଙ୍କ ରହିଛି ବାହାର ରାଜ୍ୟ ଲିଂକ । ସୂଚନାଯୋଗ୍ୟ, ବମୀଖାଲ ତିନି ଭାଇଙ୍କ ବାପା ଭୋପାଳରେ ରହୁଥିଲେ। ତାଙ୍କ ବାପା କରୋ ନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ପୁରୀ ଆକ୍ରାନ୍ତ ଜଣେ ପୋଷ୍ଟ କର୍ମଚାରୀ। ସେ ବିଜେବି ଓ ଗୌତମନଗର ଅଂଚଳରେ ଚିଠି ବାଣ୍ଟିଛନ୍ତି। ସେ ମଧ୍ୟ ନିକଟରେ ୧୦ ତାରିଖରେ ଦିଲ୍ଲୀରୁ ଫେରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ୧୦୪ ନମ୍ବର ରେ ପଞ୍ଜିକରଣ କରିବାକୁ ଅନରୋଧ କରିଛନ୍ତି । ସୂର୍ଯ୍ୟନଗର ଆକ୍ରାନ୍ତଙ୍କ ପରିବାର ର ଜଣେ କୋଲକାତା ଯାଇଥିଲେ । ସେଠାରେ ୪ ଦିନ ରହିଥିଲେ।