ବଲାଙ୍ଗିର : ଝିଟିପିଟି ପଡିଥିବା ଖାଦ୍ୟ ଖାଇ ଛାତ୍ର ଅସୁସ୍ଥ

0

ବଲାଙ୍ଗିର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଖାଇବାରେ ଝିଟିପିଟି । ଝିଟିପିଟି ପଡିଥିବା ଖାଦ୍ୟ ଖାଇ ଛାତ୍ର ଅସୁସ୍ଥ । ବଲାଙ୍ଗୀର ସରକାରୀ ITI ହଷ୍ଟେଲରେ ଛାତ୍ର ଖାଉଥିବା ରାତ୍ରି ଭୋଜନରେ ଝିଟିପିଟି ବାହାରିଥିଲା । ଖାଦ୍ୟ ଖାଇବା ପରେ କିଛି ଛାତ୍ର ଅସୁସ୍ଥ ଅନୁଭବ କରିଥିଲେ । ପରେ ସେମାନଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଅଣାଯାଇଛି ।

ଖାଦ୍ୟରେ ଝିଟିପିଟି ପଡିଥିବା ନେଇ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କିଛି ହେବ ନାହିଁ ବୋଲି କହିଥିବା ଅଭିଯୋଗ ହୋଇଛି । ଅନେକ ସମୟରେ ହଷ୍ଟେଲରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରିଛନ୍ତି ଛାତ୍ର।

Leave a comment