ସିଂହଦ୍ୱାର ଅଭିମୁଖେ ତିନି ଠାକୁର

ବଡଦାଣ୍ଡରେ ଆଗ ପଛ ହୋଇ ଗଡୁଛି ଶ୍ରୀଜିଉଙ୍କ ୩ ରଥ । ୯ ଦିନର ଯାତ୍ରା ସାରି ଶ୍ରୀମନ୍ଦିରକୁ ବାହୁଡି ଛନ୍ତି କାଳିଆ ସାଆନ୍ତ । ପ୍ରଥମେ ଗଡିଥିଲା ଅଚଳ ମହାମେରୁଙ୍କ ତାଳଧ୍ୱଜ ରଥ । ଏହା ପରେ ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗଡିଥିଲା । ସବା ଶେଷରେ କୋଡି ଓଡ଼ିଆର ମଉଡମଣୀ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ ।
ଲକ୍ଷ ଲକ୍ଷ ଭକ୍ତଙ୍କ ମେଳରେ ଗଡ଼ି ଥିଲା ଚତୁର୍ଦ୍ଧାମୁରତୀଙ୍କ ରଥ । ଡାହୁକ ଡାକରେ ଫାଟି ପଡିଥିଲା ପରିବେଶ । ପ୍ରଶାସନ ଠାରୁ ଆରମ୍ଭ କରି ସେବାୟତ ଯାଏଁ, ସମସ୍ତେ ସାମିଲ ହୋଇଥିଲେ ରଥ ଟଣାରେ । ପୂର୍ବ ନିର୍ଦ୍ଧାରିତ ନୀତି ଆରମ୍ଭ ହୋଇଥିଲା ବାହୁଡା ପ୍ରସ୍ତୁତି ।
ସକାଳ ଆଠଟାରୁ ଆରମ୍ଭ ହୋଇଥିଲା ପହଣ୍ଡି ଯାତ୍ରା । ପରମ୍ପରା ଅନୁଯାୟୀ ସମସ୍ତ ନୀତି ସୁଂଖଳିତ ଭାବେ ଶେଷ ହୋଇଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ବଡ ଠାକୁର ଶ୍ରୀବଳଭଦ୍ରଙ୍କ ରଥ ତାଳଧ୍ୱଜ ରଥ ପ୍ରଥମେ ଟଣାହୋଇଥିଲା ବେଳେ ପଛେ ପଛେ ଗଡିଚାଲିଛି ହଳଦୀମୁହିଁ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ । ପୂର୍ବରୁ ସ୍ଥିରୀକୃତ ହୋଇଥିବା ସମୟରେ ରଥଟଣା ଆରମ୍ଭ ହୋଇଥାନ୍ତା କିନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସବୁ ନୀତିକାନ୍ତି ନିର୍ଦ୍ଧାରିତ ସମୟ ପୂର୍ବରୁ ଶୃଙ୍ଖଳିତ ଭାବେ ଶେଷ ହୋଇ ରଥଟଣା ଆରମ୍ଭ ହୋଇଥିଲା ।