ବିଜେଡ଼ି ବିଧାୟକ ଙ୍କ ଅସଭ୍ୟ ଭାଷା ର ଗାଳି ହେଲା ଭାଇରଲ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିମାପଡା ରୁ ଦୁଇଥର ଜିତିଥିବା ବିଧାୟକ , ପୁରୀ ଜିଲ୍ଲା ଯୋଜନା କମିଟିର ଚେୟାରମ୍ୟାନ ଓ ଦଳୀୟ ମୁଖପାତ୍ର ସମୀର ରଂଜନ ଦାଶ ଙ୍କ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଘୁରିବୁଲୁଛି। ଯେଉଁଥିରେ ବିଧାୟକ ସାଧାରଣ ଜନତା ଙ୍କୁ ଅସଭ୍ୟ ଭାଷାରେ ଗାଳି କରୁଥିବା ଦେଖିବାକୁ ମିଳୁଛି।
ସୂଚନା ଅନୁଯାୟୀ, ନିମାପଡା ବିଧାୟକ ସମୀର ରଂଜନ ଦାଶ ଏକ ସରକାରୀ କାମ ନିରୀକ୍ଷଣ କରିବାକୁ ଯାଇଥିଲେ। ସେଠାରେ କିଛି ଲୋକ କାମରେ କିଛି ଅବହେଳା ହୋଇଥିବା ନେଇ ଅଭିଯୋଗ କରଥିଲେ। ଏତିକି କଥାରେ ବିଧାୟକଙ୍କ ମୁଣ୍ଡ ବିଗିଡି ଯାଇଥିଲା। ସେ ସ୍ଥାନ କାଳ ପାତ୍ର କିଛି ନଦେଖି ଅସଭ୍ୟ ଭାଷାରେ ଗାଳି ଆରମ୍ଭ କରିଦେଇଥିଲେ । କାହିଁକିନା ସେଠି ସାଧାରଣ ଜନତା ଙ୍କ ସହ କିଛି ପୋଲିସ ମଧ୍ୟ ଉପସ୍ଥିତ ଥିଲେ। ଏସବୁ ଗାଳି ଶୁଣି ଯଦି ପୋଲିସ କିଛି କହିନଥିଲା ତେବେ ସେଠାରେ ଉପସ୍ଥିତ ଥିବା ଲୋକ ଙ୍କ କଥା ନକହିବା ଭଲ । ଏହି ଗାଳି ଶୁଣି ସମସ୍ତେ ଚୁପ। କାରଣ ଶାସକ ଦଳର ବିଧାୟକ ଙ୍କ ରାଗର ଶିକାର କିଏ ହେବ ବୋଲି ସେଠାରେ ଥିବା ସାଧାରଣ ଜନତା ଟୁପୁରୁ ଟାପର ହେବାସହ ଶାସକ ଦଳ ମୁଖପାତ୍ର ଙ୍କ ତୁଣ୍ଡରେ ଲଗାମ ନାହିଁ ବୋଲି କହୁଥିଲେ। କିଛି ଲୋକ ତୁଣ୍ଡରେ ଲଗାମ ନଥିବାରୁ ନିକଟରେ ମନ୍ତ୍ରୀପଦରୁ ବିତାଡିତ ଦାମ ଙ୍କ ସହ ସମୀର ଙ୍କ ଭବିଷ୍ୟତକୁ ତୁଳନା କରୁଥିବା ମଧ୍ୟ ଶୁଣିବାକୁ ମିଳିଥିଲା।