ଭାରତୀୟ ପୁରୁଷ ହକି ଟିମ ଦ୍ବିତୀୟ ମ୍ୟାଚରେ ଅଷ୍ଟ୍ରେଲିଆଠାରୁ ପରାସ୍ତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତୀୟ ପୁରୁଷ ହକି ଟିମ ଅଷ୍ଟ୍ରେଲିଆଠାରୁ ଶୋଚନୀୟ ଭାବେ ପରାସ୍ତ ହୋଇଛି । ଭାରତକୁ ନିରାଶ କରିଛି ଭାରତୀୟ ଉଭୟ ପୁରୁଷ ଓ ମହିଳା ହକି ଟିମ ।
ଆଜି ପୁଲ୍ ଏ ମ୍ୟାଚରେ ଅଷ୍ଟ୍ରେଲିଆ ୭-୧ରେ ଭାରତକୁ ହରାଇଛି । ଆରମ୍ଭରୁ ହିଁ ଭାରତୀୟ ଦଳ ମ୍ୟାଚରେ ପଛରେ ପଡିଯାଇଥିଲା। ଅଷ୍ଟ୍ରେଲୀୟ ଖେଳାଳି ଭାରତୀୟ ଦଳକୁ ଆଗକୁ ବଢିବାର ସୁଯୋଗ ଦେଇନଥିଲେ । ମ୍ୟାଚ ମଝିରେ ଭାରତୀୟ ଟିମ ସ୍କୋର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଅଷ୍ଟ୍ରେଲିଆ ଟିମକୁ ମାତ ଦେଇପାରିନଥିଲେ । ଶେଷରେ ଭାରତକୁ ହରାଇ ଅଷ୍ଟ୍ରେଲିଆ ଟିମ ବିଜୟୀ ହୋଇଛି । ଭାରତୀୟ ହକି ଟିମ ଏପର୍ଯ୍ୟନ୍ତ ଏହି ଅଲିମ୍ପିକ୍ସରେ ୨ ଟି ମ୍ୟାଚ୍ ଖେଳିଛି । ସେଥିମଧ୍ୟରୁ ଗୋଟେ ମ୍ୟାଚ ଜିତିଥିବା ବେଳେ ଗୋଟେ ମ୍ୟାଚ ହାରିଛି ।