ଖଲିକୋଟ ବିଧାୟିକାଙ୍କ ସମର୍ଥକଙ୍କୁ ହାଣିଲେ ଦୁର୍ବୃତ୍ତ
ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ଘର ଉପରେ ଆକ୍ରମଣ। ସମର୍ଥକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ସେପଟେ ଏବେ ବି ଗାଁରେ ଜାରି ରହିଛି ଗୋଷ୍ଠୀ କନ୍ଦଳ। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରେ। ଖଲ୍ଲିକୋଟ ବିଧାୟିକାଙ୍କ ବାସଭବନରେ କେତେକ ଦୁର୍ବୃତ୍ତ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି। ସେପଟେ ବିଧାୟିକାଙ୍କ ବାସଭବନରେ ଥିବା ଦୁଇ ଜଣ ସମର୍ଥକଙ୍କୁ ମଧ୍ୟ ଗୋଡ଼ାଇ ଗୋଡ଼ାଇ ଧାରୁଆ ଅସ୍ତ୍ରରେ ଦୁର୍ବୃତ୍ତମାନେ ହାଣିଛନ୍ତି। ଫଳରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ବିଧାୟିକାଙ୍କ ଗ୍ରାମରେ ଏବେ ବି ବୋମାମାଡ଼ ଜାରି ରହିଥିବା ନେଇ ସୂଚନା ମିଳିଛି।