କାର୍ଯ୍ୟରତ ସାମ୍ବାଦିକଙ୍କ ସୁରକ୍ଷା ସୁନିଶ୍ଚିତ କରାଯିବ: ପୁଲିସ ମହାନିର୍ଦେଶକ

ଭୁବନେଶ୍ୱର,ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ କ୍ରମାଗତ ଭାବେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣ ଘଟଣା ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବେଳେ ଏହି ଘଟଣା ଅଧିକ ଘଟିବାରେ ଲାଗିଛି। ଆକ୍ରମଣକାରୀଙ୍କ ବିେରାଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ କାର୍ଯ୍ୟରତ ସାମ୍ବାଦିକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଉତ୍କଳ ସାମ୍ବାଦିକ ସଂଘ ଦାବି କରିଛି।
ଏହି ପରିପ୍ରେକ୍ଷୀରେ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ପୁଲିସ ମହାନିର୍ଦେଶକ ସୁନିଲ ବଂଶଲଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛି। ସଂଘ ଅଭିେଯାଗ କରିଛି ଯେ କେବଳ ନିର୍ବାଚନ ସମୟରେ ନୁହେଁ ବରଂ ବିଗତ କିଛି ବର୍ଷ ହେବ ରାଜ୍ୟରେ ସାମ୍ବାଦିକମାନେ କ୍ରମାଗତ ଆକ୍ରମଣର ଶିକାର ହେଉଛନ୍ତି। କେତେକ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିଲେ ହେଁ, ତାହା ପର୍ଯ୍ୟାପ୍ତ େହଉ ନ ଥିବାରୁ ଆକ୍ରମଣକାରୀଙ୍କ ମନୋବଳ ବୃଦ୍ଧି ପାଉଛି। ଅନେକ ସ୍ଥାନରେ ସାମ୍ବାଦିକଙ୍କୁ ମିଥ୍ୟା ମକଦ୍ଦମାରେ ଛନ୍ଦି ଦିଆଯାଉଛି। ଯାହା ଫଳରେ ମୁକ୍ତ ଓ ଅବାଧ ସାମ୍ବାଦିକତା ପ୍ରତି ଆହ୍ୱାନ ସୃଷ୍ଟି ହୋଇଛି। ଆଲୋଚନା କାଳରେ ଶ୍ରୀ ବଂଶଲ୍ ଦୃଢ଼ ଗଣତନ୍ତ୍ର ପାଇଁ ଭୟମୁକ୍ତ ସାମ୍ବାଦିକତାର ଗୁରୁତ୍ବକୁ ଦୋହରାଇ ବା ସହ ବିଞ୍ଝାରପୁର ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାର ପ୍ରତିଶ୍ରୁତି ଦେଇଥିଲେ।
ଅନ୍ୟପକ୍ଷରେ କାର୍ଯ୍ୟରତ ସାମ୍ବାଦିକଙ୍କ ସୁରକ୍ଷା ପ୍ରତି ପୁଲିସ ଆଗକୁ ଅଧିକ ସମ୍ବେଦନଶୀଳ ହେବ ବୋଲି ଶ୍ରୀ ବଂଶଲ ପ୍ରକାଶ କରିଥିଲେ। ପ୍ରତିନିଧି ମଣ୍ଡଳୀରେ ଭୁବନେଶ୍ୱର ସାଂଗଠନିକ ଜିଲା ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ, ଜାତୀୟ ପରିଷଦ ସଦସ୍ୟ ବୈଷ୍ଣବ ଚରଣ ଜେନା, ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ବିମଳ ଭଞ୍ଜଦେଓ, ଲିଙ୍ଗରାଜ ସାହୁ, ଅଶୋକ ସାହୁ, ଜିତେନ୍ଦ୍ର କୁମାର ମହାନ୍ତି, ସଞ୍ଜୟ କୁମାର ଜେନା, ସତ୍ୟଜିତ୍ ସେଣ, ପ୍ରକାଶ ସାହୁ, ଦିନବନ୍ଧୁ ଖିଲାର, ବିକ୍ରମ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।