ନିର୍ବାଚନ ଲଢ଼ିବେ ଏଟି ଗ୍ରୁପ ମୁଖ୍ୟ ପ୍ରଦୀପ ସେଠୀ !

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମଗ୍ର ରାଜ୍ୟରେ ନିର୍ବାଚନୀ ଉଷ୍ମତା ବଢ଼ିବାରେ ଲାଗିଥିବା ବେଳେ ଝାରପଡା ଜେଲ ମଧ୍ଯ ଏଥିରୁ ବାଦ ପଡ଼ିନାହିଁ । ଏଟି ଗ୍ରୁପ ମୁଖ୍ୟ ପ୍ରଦୀପ ସେଠୀ ଜେଲରେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ସେ ପୁଣି ଝାରପଡା ଜେଲରେ ଥିବା ୭୦୦ରୁ ଉର୍ଦ୍ଧ କଏଦୀଙ୍କ ସର୍ଦ୍ଦାର ପାଇଁ । ପ୍ରତି ବର୍ଷ ଏହି ନିର୍ବାଚନ ଅନୁଷ୍ଠିତ ହୁଏ ଏବଂ ୩ଜଣ ସର୍ଦ୍ଦାର ନିର୍ବାଚିତ ହୁଅନ୍ତି ।
ସୂଚନା ଅନୁଯାୟୀ, ଝାରପଡା ଜେଲରେ ଥିବା ୭୦୦ରୁ ଉର୍ଦ୍ଧ କଏଦୀଙ୍କ ସର୍ଦ୍ଦାର ପାଇଁ ଆସନ୍ତା କାଲି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ନିର୍ବାଚନରେ ଛଅଜଣ କଏଦୀ ଅଂଶ ଗ୍ରହଣ କରିବାକୁ ଯାଉଛନ୍ତି । ସେମାନଙ୍କ ମଧ୍ୟରେ ଏଟି ଗ୍ରୁପ ମୁଖ୍ୟ ପ୍ରଦୀପ ସେଠୀ ଅନ୍ୟତମ । ପ୍ରଦୀପ ଆଜି ନାମାଙ୍କନ ପତ୍ର ଦଖିଲ କରିଥିବା ଜଣାପଡ଼ିଛି । ଅନ୍ୟ କଏଦୀ ମାନେ ହେଲେ ଆଶିଷ ସ୍ୱାଇଁ,ଓମ ସେଠୀ, ପି.ବଳରାମ ରେଡି, ପହଲି ବେହେରା, ଧନୁ ବେହେରା ଓ ସନ୍ତୋଷ ନାୟକ ।