ମୁଖ୍ୟ ସଚିବ ଦାୟିତ୍ବ ତୁଲାଇବେ ଅସିତ ତ୍ରିପାଠୀ !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟର ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ନେବେ ସ୍ବେଚ୍ଛାକୃତ ଅବସର । ପୁଲିସ ଡିଜି ଡଃ ଆରପି ଶର୍ମା ସ୍ବେଚ୍ଛାକୃତ ଅବସର ଗ୍ରହଣ କରିସାରିଥିବା ବେଳେ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସ୍ବେଚ୍ଛାକୃତ ଅବସର ଗ୍ରହଣ କରିବାକୁ ଯାଉଛନ୍ତି । ଏହି ଅବସର ଗ୍ରହଣ ପରେ ଶ୍ରୀ ପାଢ଼ୀ ରାଜ୍ୟ ନିର୍ବାଚନ କମିଶନର ଦାୟିତ୍ୱ ତୁଲାବା ନେଇ ଚର୍ଚ୍ଚା ହେଉଛି । ତେଣୁ ମୁଖ୍ୟ ସଚିବ ଦାୟିତ୍ୱ ୧୯୮୬ ବ୍ୟାଚ୍ ଆଇଏଏସ ଅଫିସର ତଥା ଉନ୍ନୟନ କମିଶନର ଅସିତ କୁମାର ତ୍ରିପାଠୀଙ୍କ ଉପରେ ନ୍ୟସ୍ତ କରାଯିବ ବୋଲି ସୂଚନ ମିଳିଛି । ଶ୍ରୀ ତ୍ରିପାଠୀଙ୍କ କାର୍ଯ୍ୟକାଳ ୨୦୨୦ ଡିସେମ୍ବର ମାସ ପର୍ଯ୍ୟନ୍ତ ରହିଛି ।

ସୂଚନା ଅନୁଯାୟୀ, ରାଜ୍ୟ ନିର୍ବାଚନ କମିଶନର ନବକୁମାର ନାୟକଙ୍କ କାର୍ଯ୍ୟକାଳ ଚଳିତବର୍ଷ ମାର୍ଚ୍ଚ ମାସରୁ ଶେଷ ହୋଇସାରିଛି । ମାତ୍ର ନୂତନ ନିଯୁକ୍ତି ହୋଇନଥିବାରୁ ଶ୍ରୀ ନାୟକ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟଭାର ତୁଲାଇ ଆସୁଛନ୍ତି । ଶ୍ରୀ ପାଢ଼ୀଙ୍କର ଅବସର ସୀମା ଆଉ ଛଅ ମାସ ବାକି ଥିବାରୁ ତାଙ୍କୁ ଏହି ନୂତନ ପଦବୀରେ ନିୟୋଜିତ କରାଯିବା ନେଇ ନିଷ୍ପତ୍ତି ହୋଇଛି । ଯାହାର ଅବସର ବୟସ ସୀମା ୬୫ବର୍ଷ । ଆଗକୁ ପୌର ନିର୍ବାଚନ ଥିବାରୁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି ।

Leave a comment