ପ୍ରାର୍ଥୀପତ୍ର ଦାଖଲ କଲେ ଅଶ୍ୱିନୀ ବୈଷ୍ଣବ

ପ୍ରାର୍ଥୀପତ୍ର ଦାଖଲ କଲେ ଅଶ୍ୱିନୀ ବୈଷ୍ଣବ । ଆଜି ରାଜ୍ୟସଭା ପାଇଁ ନାମାଙ୍କନ ଭରିଛନ୍ତି ଅଶ୍ବିନୀ ବୈଷ୍ଣବ । ବିଜେପିର ଅନେକ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଧାନସଭା ପରିସରରେ ନାମାଙ୍କନ ଦାଖଲ କରିଛନ୍ତି ଅଶ୍ୱିନୀ ।
ସୂଚନାଥାଉକି, ବୁଧବାର ଦିନ ଓଡିଶାରେ ଖାଲି ପଡିଥିବା ତୃତୀୟ ରାଜ୍ୟସଭା ଆସନ ପାଇଁ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ଘୋଷଣା କରିଥିଲା ବିଜେପି । ଏହାପରେ ବିଜୁ ଜନତା ଦଳ ପକ୍ଷରୁ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ ନେଇ ଘୋଷଣା ହୋଇଥିଲା । ବିଜେଡ଼ି ସମର୍ଥନ କରିବା ପରେ ଅଶ୍ୱିନୀ ଜିତିବା ନିଶ୍ଚିତ ହୋଇଯାଇଛି ।
ଯାହା ଜଣାପଡୁଛି ୨୦୧୯ ଭଳି ଏଥରି ବିଜେଡି ସମର୍ଥନରେ ହୋଇପାରନ୍ତି ସାଂସଦ । ପୁଣି ଥରେ ଓଡ଼ିଶାରୁ ରାଜ୍ୟସଭା ଯିବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ବିଜେପି ଅଶ୍ବିନୀଙ୍କୁ ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ତାଙ୍କ ପ୍ରାର୍ଥୀତ୍ବକୁ ସମର୍ଥନ ଘୋଷଣା କରିଛି ବିଜେଡି । ରାଜ୍ୟର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଅଶ୍ବିନୀଙ୍କୁ ସମର୍ଥନ ଦେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।