ଲୋୟର ପିଏମଜିରେ ଧାରଣାରେ ଆଶାକର୍ମୀ

0

ଭୁବନେଶ୍ୱର ଲୋୟର ପିଏମଜିରେ ୭ ଦଫା ଦାବିରେ ଧାରଣାରେ ବସିଛି ଓଡିଶା ଆଶାକର୍ମୀ ସଂଘ । ପୂର୍ବରୁ ସରକାର ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଦାବି ପୂରଣ ଦିଗରେ ସରକାର କୌଣସି ପଦକ୍ଷେପ ନେଇନଥିବାରୁ ପୁଣି ରାସ୍ତାକୁ ଆଶାକର୍ମୀମାନେ ଓହ୍ଲାଇଛନ୍ତି ।

ସରକାର ଦାବି ପୂରଣ ପାଇଁ କୌଣସି ପଦକ୍ଷେପ ନନେଲେ ଆଗକୁ ବଡ ଧରଣର ଆନ୍ଦୋଳନ ହେବ ବୋଲି ସଂଘ ଚେତେଇ ଦେଇଛି । ସଂଘର ଦାବି ହେଉଛି, ଜାତୀୟ ସ୍ୱାସ୍ଥ୍ୟ ମିଶନକୁ ସ୍ଥାୟୀ ଓ ଆଶାକର୍ମୀଙ୍କୁ ସ୍ଥାୟୀ ଘୋଷଣା । ସର୍ବନିମ୍ନ ମାସିକ ୧୮ ହଜାର ଟଙ୍କା ବେତନ । ସାମାଜିକ ସୁରକ୍ଷା ପାଇଁ ଇପିଏଫଓ, ଇଏସଆଇ ଲାଗୁ, ଯୋଗ୍ୟ ଆଶାକର୍ମୀଙ୍କୁ ଏଏନଏମକୁ ପଦୋନ୍ନତି ଭଳି ୭ଟି ଦାବି କରିଛନ୍ତି ।

Leave a comment